ପଦଟିଏ ତୋ ନାଆରେ ପ୍ରିୟା -୪
ପଦଟିଏ ତୋ ନାଆରେ ପ୍ରିୟା -୪
ପ୍ରିୟା ତୁମେ ମୋ ଦେହର ପ୍ରଶ୍ଵାସ ପବନ
ତୁମ ବିନା ସମ୍ଭବ କି କେବେ ଏ ଶରୀର ?
ପ୍ରତି ଅଙ୍ଗ ଅସ୍ଥି ମଜ୍ଜା ରକ୍ତ କୋଷ ମାନ
ଚିରି ଦେଖ ଲେଖା ଅଛି ନାମଟି ତୁମର।
ତୁମେ ଅଙ୍କା ବଙ୍କା ନଈ କାଚ କେନ୍ଦୁ ପାଣି ;
ମୀନ ମୁହିଁ ଜଳେ ମୋର ଜୀବନ ନାଟିକା ।
ମୁଁ ଯେ ରଙ୍ଗହୀନ ତୁମେ ରଙ୍ଗର ରୋଷଣୀ ;
ସ୍ଵରହୀନ ମୋ ଜୀବନେ ତୁମେ ଗୋ ଗୀତିକା।
କେଉଁ ଏକ କୁହୁଡିଆ ଶୀତ ସକାଳରେ
ଲାଲ୍ ଲାଲ୍ ଲତା ଫୁଲେ କାକର କଣିକା ।
ଝାପସା ଝାପସା ଦୃଶ୍ୟମାନ ପାହାଡ କୋଣରେ
ଶୀତ ଅପସାରୀ ତୁମେ ପ୍ରାତଃ ସୂର୍ଯ୍ୟ ରେଖା ।
ମୋ ଜୀବନ ପାରାବାର ଶୂନ୍ୟ ଅବୟବ
ତୁମେ ପୂର୍ଣ୍ଣ ଜଳରାଶି ଉଛୁଳା ତରଙ୍ଗ ।

