STORYMIRROR

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଆରେ ପ୍ରିୟା ୩

ପଦଟିଏ ତୋ ନାଆରେ ପ୍ରିୟା ୩

1 min
244

ଆସିଥିଲା ଦିନେ      ପ୍ରେମର ଫଗୁଣ 

      ମଳୟ ପରଶ ନେଇ 

ତାହାରି ପରଶେ      ସାରା ଶରୀରଟା 

      ପ୍ରେମମୟ ଗଲା ହୋଇ

   

ବଦଳିଛି ଋତୁ       ଆସିଛି ଗ୍ରୀଷମ 

       ରୌଦ୍ର ଉତ୍ତାପ ନେଇ 

ବିରହ ନିଆଁରେ      ଜଳୁଛି ମୋ ଦେହ 

      ଶୁଷ୍କ ଆଜି ପ୍ରେମ ନଈ

       

ଝରକା ସେପାଖେ     ଝରୁଛି ବରଷା 

      ଏ ପାଖେ ଜଳୁଛି ନିଆଁ  

ପ୍ରେମର ବାରିରେ     ଭିଜୁଛି ଦୁନିଆ 

      ମୁଁ ଏକା ହିନିମାନିଆ

       

ଶରତ ଋତୁର        ନୀଳ ଆକାଶରେ 

      ମୁକ୍ତ ବିହଙ୍ଗମ ପରି 

ଉଡି ବୁଲୁଅଛ        ଚାରିଆଡେ ତୁମେ 

      ଶୁନ୍ୟ ଅଟେ ମୋ ପଞ୍ଜୁରୀ

       

କାକର ଝରା ସେ      ଗୋଲାପକୁ ଦେଖ 

      ସରି ନୁହେଁ ସେ ତୁମକୁ

ତୁମରି ଦେହର       କୋମଳ ପରଶେ  

      ତୁଚ୍ଛ ମଣେ କାକରକୁ

        

ସଉନ୍ଦର୍ଯ୍ୟ ତୁମ      ଶୀତଳତା ଭରା 

      ଶରୀରେ ତୁମର ନିଆଁ 

ଶୀତର ତାଡନା      ସହି ନୁହେଁ ଆଉ 

      ଉତ୍ତାପ ଦିଅ ଗୋ ପ୍ରିୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance