STORYMIRROR

PRASANTA KUMAR MAHAPATRA

Abstract

2  

PRASANTA KUMAR MAHAPATRA

Abstract

ପଦଟିଏ ତୋ ନାଆରେ ପ୍ରିୟା ୨

ପଦଟିଏ ତୋ ନାଆରେ ପ୍ରିୟା ୨

1 min
164

ନିତି ପ୍ରତି କୁହ      କବିତାଟେ ଲେଖ 

     ମୋହରି ନାମରେ ପ୍ରିୟ 

ପ୍ରତିଟି କବିତା      ବଦଳେ ଶତେକ 

     ଚୁମା ଦେବ ଯଦି କୁହ

ତୁମରି ଓଠର      ଗୋଟିଏ ଚୁମାରେ

     ଫିଟିବ କବିତା ଦ୍ଵାର 

ଶହେ କବିତାର     ପୁଷ୍ପକୁ ନେଇ 

    ଗୁନ୍ଥି ଦେବି ଏକ ହାର  

ସେହି ହାର ଯେବେ   ତୁମରି ଗଳାରେ 

    ପିନ୍ଧାଇ ଦେବି ଗୋ ପ୍ରିୟା 

କୋଟି ଗୋଲାପର    ସୌନ୍ଦର୍ଯ୍ୟ ଜିଣିବ 

     ଦେଖିବ ସାରା ଦୁନିଆ


Rate this content
Log in

Similar oriya poem from Abstract