STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ପଦ୍ମରାଗ ............

ପଦ୍ମରାଗ ............

1 min
163

ଯଦି ସବୁ ତାରା 

ଆଉ ଜହ୍ନ ଯାଆନ୍ତି ଲୁଚି

ରାତ୍ରି ରୁହନ୍ତା

ସଦା ସର୍ବଦା ତାର 

କୃଷ୍ଣ କବରୀ ବିଞ୍ଚି


ଅଂଧାର ସାଗରେ 

ମେଲି ଦେଇଥାନ୍ତେ 

ଆମ ପୋତ

ଆମେ ହଜି ଯାଇଥାନ୍ତେ 

ପ୍ରବାଳ ସ୍ୱପ୍ନରେ 

ପଦ୍ମରାଗରେ ଭିଜି


ସମୟ ହରାନ୍ତା 

ତାର ଚପଳତା 

ଉଠନ୍ତାନି ସଂସାର ସିନ୍ଧୁ ଲହରୀ

ଶାଶ୍ବତ ହସନ୍ତା 

ଆମରି ବିନ୍ଦୁରେ 

ଖେଳୁଥାନ୍ତା ସ୍ୱର୍ଗୀୟ ମଳୟ ଶିରୀ


ସବୁ ଜଂଜାଳ ଜାଲରୁ 

ହୋଇଥାନ୍ତେ ଆମେ ମୁକ୍ତ

ମରଣ ଭୁଲନ୍ତା 

ଆମ ମିଳନରେ ତାର ପଥ


ଆମେ ଭିଜି ଯାଇଥାନ୍ତେ 

ଶାଶ୍ବତ ଜୁଆରେ 

ମୁଗ୍ଧ ବଳୟ ରଚି

ବେଳେ ବେଳେ ଭାବେ 

ଯଦି ସବୁ ତାରା 

ଆଉ ଜହ୍ନ ଯାଆନ୍ତି ଲୁଚି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract