ପଦ୍ମରାଗ ............
ପଦ୍ମରାଗ ............
ଯଦି ସବୁ ତାରା
ଆଉ ଜହ୍ନ ଯାଆନ୍ତି ଲୁଚି
ରାତ୍ରି ରୁହନ୍ତା
ସଦା ସର୍ବଦା ତାର
କୃଷ୍ଣ କବରୀ ବିଞ୍ଚି
ଅଂଧାର ସାଗରେ
ମେଲି ଦେଇଥାନ୍ତେ
ଆମ ପୋତ
ଆମେ ହଜି ଯାଇଥାନ୍ତେ
ପ୍ରବାଳ ସ୍ୱପ୍ନରେ
ପଦ୍ମରାଗରେ ଭିଜି
ସମୟ ହରାନ୍ତା
ତାର ଚପଳତା
ଉଠନ୍ତାନି ସଂସାର ସିନ୍ଧୁ ଲହରୀ
ଶାଶ୍ବତ ହସନ୍ତା
ଆମରି ବିନ୍ଦୁରେ
ଖେଳୁଥାନ୍ତା ସ୍ୱର୍ଗୀୟ ମଳୟ ଶିରୀ
ସବୁ ଜଂଜାଳ ଜାଲରୁ
ହୋଇଥାନ୍ତେ ଆମେ ମୁକ୍ତ
ମରଣ ଭୁଲନ୍ତା
ଆମ ମିଳନରେ ତାର ପଥ
ଆମେ ଭିଜି ଯାଇଥାନ୍ତେ
ଶାଶ୍ବତ ଜୁଆରେ
ମୁଗ୍ଧ ବଳୟ ରଚି
ବେଳେ ବେଳେ ଭାବେ
ଯଦି ସବୁ ତାରା
ଆଉ ଜହ୍ନ ଯାଆନ୍ତି ଲୁଚି
