STORYMIRROR

Pranati Mahapatra

Inspirational Children

4  

Pranati Mahapatra

Inspirational Children

ପଦ୍ମବିଭୂଷଣ ରଘୁନାଥ

ପଦ୍ମବିଭୂଷଣ ରଘୁନାଥ

1 min
330


ଅସ୍ତ ହେଲେ ମଧ୍ୟ ତୁମରି ଆଭାରେ

ଆଲୋକିତ ଏହି ଧରା,

ମାଟି ଦେହ ସିନା ଡ଼ହକ ନିଆଁରେ

ମୁଠାଏ ପାଉଁଶ ହେଲା,

ବିଞ୍ଛି ଦେଇଗଲ ପରା

ତୁମ ମହକରେ ମହକିତ ଏବେ 

ଗଗନ ମରୂତ ଧରା।

ଅସ୍ତ ହେଲେ


ପୁରୀ ପଥୁରିଆ ଶ୍ରୀକ୍ଷେତ୍ର ଧାମରେ

ଉଣେଇଶି ତେୟାଳିଶିରେ,

ମାର୍ଚ୍ଚ ମାସର ତେଇଶ ତାରିଖ

ଶଙ୍କୁନ୍ତଳାଙ୍କ କୋଳରେ

ଦାମୋଦରଙ୍କ ଔରସରୁ

ଜନମ ଲଭିଣ ଶିଶୁ ରଘୁନାଥ

ହସ ଭରିଲେ ସର୍ବ ମୁଖରେ।


ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡ଼ି

ପଥରରେ ଫୁଲ ଫୁଟାଇଲ,

ପୁରୀ ଛାଡି ରାଜଧାନୀ ହସ୍ତକଳା

କର୍ମ ଆପଣାର କଲ,

ଜଗତେ ଚର୍ଚ୍ଚିତ ହେଲ

ଭାସ୍କର୍ଯ୍ୟ ଶିଳ୍ପୀହେ ଗଞ୍ଜାମରେ ନୂଆ

ତାରାତାରିଣୀ ମନ୍ଦିର ଗଢ଼ିଲ।


ଧଉଳି,ଲଦାଖ,ଫ୍ରାନ୍ସରେ ଗଢ଼ିଲ 

ବୌଦ୍ଧ ମୂର୍ତ୍ତି ଯେ ବିଶାଳ,

ନୂଆଦିଲ୍ଲୀ ସ୍ଥିତ ଅଶୋକା ହୋଟେଲ

କୋଣାର୍କ ଚକ୍ର ଗଢିଲ,

ଜାପାନରେ ଅଶୋକ ସ୍ତମ୍ଭ

ସଂସଦର ସୂର୍ଯ୍ୟ ନାରାୟଣ ମୂର୍ତ୍ତି ପୁଣି

ବାଲେଶ୍ବରେ ଜଗନ୍ନାଥ ମନ୍ଦିର।


ପଥର ଶିଳ୍ପ ପାଇଁ ପଦ୍ମଶ୍ରୀ

 ସମ୍ମାନରେ ସମ୍ମାନୀତ,(୧୯୭୬)

ମହ୍ଲାର ସମ୍ମାନ, ଭରତମୁନି ସମ୍ମାନ

ଶିଳ୍ପଗୁରୁ ସମ୍ମାନ ପ୍ରାପ୍ତ,

ଜାତୀୟ ପୁରସ୍କାର ପୁରଷ୍କୃତ

ପଦ୍ମଭୂଷଣ ଦୁଇହଜାର ଏକରେ

ପଦ୍ମବିଭୂଷଣେ ସମ୍ମାନିତ।(୨୦୧୩)


ଦକ୍ଷ ରାଜନୀତିଜ୍ଞ ଓଡ଼ିଶା ମାଟିର

ପରିଚିତ ନାମ ତୁମର,

ତେଇଶି ମଇ ଉଣେଇଶିଶହ କୋଡ଼ିଏରୁ

ଜାନୁଆରୀ ଦଶଦୁଇହଜାର ।

କାର୍ଯ୍ୟ ବିଧାନସଭାର

ଅଣାନବେ ବର୍ଷ କରୋନା ଆକ୍ରାନ୍ତେ

କବଳିତ ଯେ କାଳର।

ଅମ୍ଳାନ ସ୍ମୃତିକୁ ରୋମନ୍ଥନ କରି

ସମ୍ମାନ ଜଣାଏ

ସାହିତ୍ୟିକ କବି ବନ୍ଧୁ ପରିବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational