STORYMIRROR

Sagar Kumar Parida

Abstract Classics

3  

Sagar Kumar Parida

Abstract Classics

ପଦ୍ମଭୂଷଣ କାଳନ୍ଦୀ ଚରଣ ପାଣିଗ୍ରାହ

ପଦ୍ମଭୂଷଣ କାଳନ୍ଦୀ ଚରଣ ପାଣିଗ୍ରାହ

1 min
268

ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ

ହେ କାଳନ୍ଦୀ ପାଣିଗ୍ରାହୀ,

ପୁରୀ ଜିଲ୍ଲା ବିଶ୍ୱନାଥପୁର ଗ୍ରାମ

ପସିଦ୍ଧ ତୁମରି ପାଇଁ।।

ଓଡ଼ିଆ ସାହିତ୍ୟ ମହାରଥି ତୁମେ

ଲେଖିଛ ଅନେକ କାବ୍ୟ

ସବୁଜ କବିଙ୍କ ମଧ୍ୟରେ ନାମଟି

ସଦା ଚିର ଏହି ଭଵ ।।

ନନସେନ୍ସ କ୍ଲବ କରିଲ ଗଠନ

ଲେଖକ ଲେଖିକା ମିଳି,

ଓଡ଼ିଆ ଭାଷାର ସାହିତ୍ୟ ଆକାଶେ

ସୂର୍ଯ୍ୟ ସମ ଥିଲ ଜଳି।।

ଯାଦୁଘର,ମହାଦୀପ,ମୋ କବିତା

ଅମୂଲ୍ୟ କାବ୍ୟ ଭଣ୍ଡାର,

ମାଟିର ମଣିଷ,ଲୁହାର ମଣିଷ

ପ୍ରସିଦ୍ଧ ଏହି ସଂସାର ।।

ସାହିତ୍ୟର ସେବା କରି କରି ତୁମେ

ସାରିଦେଲ ଜୀବନକୁ,

ପଦ୍ମଭୂଷଣ ସମ୍ମାନ ତୁମର

ଗର୍ବିତ କରେ ଆମକୁ।।

ଚାଲି ଯାଇଅଛ ବହୁଦୂରେ ସିନା

ଭାଷା ଆକାଶର ଜ୍ୟୋତି,

ତୁମ ସୃଷ୍ଟ ସୃଷ୍ଟି ମୋହୁଛି ମନକୁ

ଜ୍ଞାନଗଙ୍ଗା ମହୋଷଧି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract