Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପଢ଼ିବା ଆମେ ବଢିବା ଆମେ

ପଢ଼ିବା ଆମେ ବଢିବା ଆମେ

1 min
370



ପ୍ରଗତି ସୂର୍ଯ୍ୟ ଉଠେ ହସି ଯହିଁ 

ଅମୀୟ ଢାଳେ ଚନ୍ଦ୍ର 

ସେହି ମୋ ପ୍ରିୟ ଜନମଭୂମି 

ଭାରତ ଦେଶ ମୋର । 

ଜୀବନ ଆମ ସ୍ୱଚ୍ଛନ୍ଦ ମୁକ୍ତ

ନିରବଚ୍ଛିନ୍ନ ଶିକ୍ଷା

ପଢ଼ିବା ଆମେ ବଢିବା ଆମେ

ହେବା ଜଗତଜିତା ।

ସାକ୍ଷର ହେବା କୁଶଳୀ ହେବା

ହେବା କରମବୀର

ସବୁଜକ୍ରାନ୍ତି ସ୍ୱଅବଲମ୍ବୀ

ସୁଗୁଣ ମାନ ସାର ।

ଜ୍ଞାନ ବିଜ୍ଞାନେ ହେବା ଉନ୍ନତ

କରିବା ଅଗ୍ରଗତି

ରଖିବା ଆମେ ଦେଶର ଟେକ

ମହାନ ଯଶ କୀର୍ତ୍ତି ।

ଆମ ଐତିହ୍ୟ ଆମ ସଂସ୍କୃତି

ଉଜ୍ଜ୍ବଳ ପରମ୍ପରା

ଆମର ପେଶା ଆମ ଜୀବିକା

ଗୁଣ ସ୍ୱାତନ୍ତ୍ରେ ଭରା ।

ଆମର ନୀତି ଅହିଂସା ଶାନ୍ତି

ନିଷ୍ଠା କର୍ତ୍ତବ୍ୟ ପୁଣି

ଆମ ସେନାନୀ ଅଟେ ଅଜେୟ

ସାହସୀ ସ୍ୱାଭିମାନୀ ।

ସତ୍ୟର ଜୟ ଧର୍ମର ଜୟ

ଆମ ମୁକତି ମନ୍ତ୍ର

ଆମରି ହାତେ ଆମ ଶାସନ

ସଶକ୍ତ ଗଣତନ୍ତ୍ର ।

ସମୂହ ଆମ ଉଦ୍ୟମ ବଳେ

ଲଭିବା ଉତ୍କର୍ଷତା

ସମାଜ ଆମ ହେବ ସୁଦୃଢ

ସୁଲଭ ଉଚ୍ଚ ଶିକ୍ଷା ।

ମହାନ ଆମ ଦେଶ ଭାରତ

ସୁନ୍ଦର ସ୍ୱର୍ଗ ଠାରୁ

ସଫଳ ଆମ କର୍ତ୍ତବ୍ୟ କର୍ମେ

ହୋଇବା ବିଶ୍ଵ ଗୁରୁ ।



Rate this content
Log in

Similar oriya poem from Inspirational