STORYMIRROR

Sanjya Tripathy

Inspirational Others

3  

Sanjya Tripathy

Inspirational Others

ପଢ଼ ନାଇମୋର କବିତା

ପଢ଼ ନାଇମୋର କବିତା

1 min
147


ତେଲ ଲୁଣର ସଂସାରରେ

ମଣିଷଟିଏ ଦହଗ୍ୟକ ହେବାବେଳେ

ମଣିଷର ମହାର୍ଘ ମୁହୁର୍ତ ଗୁଡିକ

ସୃତିର ସରହଦ୍ ତଳେ ହଜିଗଲା ବେଳେ

କେଉଁଠି ଥାଏ କବିତା ?

ରାମରାଜ୍ୟର ରାଜରାସ୍ତାରେ

ମନୀଷା ବାଲ୍ମିକୀ ଗଣଧର୍ଷିତା ହେବା ବେଳେ

କେଉଁ କଣରେ ମୁହଁ ଫେଳି ଥାଏ କବିତା ?

ଦୁଃଖ ଓ ଦାରିଦ୍ର୍ୟ ଯାହାର ଚିର ସହଚର

ଯିଏ ଭୋକର ଭୂଗୋଳରେ ସ୍ଵୟଂ ଏକ ଚରିତ୍ର

ତାର ଆମ୍ବାଟି କ୍ଷତ ବିକ୍ଷତ ହେଲା ବେଳେ

କାହିଁକି ଆଗେଇ ଆସି ତାକୁ

ଥାପି ଧରେନି କବିତା ?

ନୀତିକାତି ହୀନ ଅସମାନତାର ସମାଜରେ

ଶ୍ରେଣୀ ବୈଷମ୍ୟ ଓ କୁରୀତି ସହିତ ଲଢୁ ଲଡ଼ୁ

କାହିଁକି ମଣିଷ ଫୁଡ ଗ୍ରୁଜେନା କବିତାର କରପଲ୍ଲବରେ ?

କଳିକାଟିଏ ବୃତଚ୍ୟୁତ ହେବା ବେଳେ

ନାରୀର ଆତମା ରୁରାର ହେବାବେଳେ

ବିବେକର ତାଡନାରେ ଟିକେ ମଉନୀ ହୋଇ

ଯାଏ କି କବିତା ?

ଗଣ ଧର୍ଷଣ ବିରୋଧୀ ଗଣବିପ୍ଳବ ପାଇଁ

ଦୁଷ୍କର୍ମ ବିରୋଧୀ ସଚେତନତା ପ୍ରସାର ପାଇଁ

କଣ କବିତା ନେଇ ପାରିବନି

ଏକ ଅଗ୍ରଣୀ, ମହତ୍ଵପୂର୍ଣ୍ଣ ଅଂଶ ?

କବିର କଲମରୁ କଣ ଝରି ଆସିବନି

ବଳାତ୍କାର ବିରୋଧୀ ଶତସହସ୍ର ଧାଡି ?

ପାଶ୍ଚାତ୍ୟାଭିମୁଖୀ ଯୁବ ପୀଢ଼ିକୁ କଣ ଏକ

ନୂତନ ଦିଗଦର୍ଶନ ଦେଇପାରିବିନି କବିତା ?

ତା ନ ହେଲେ କବିତା କାହିଁକି

ହେବ କାଳାତୀତ, ତ୍ରିକାଳଦର୍ଶୀ ଓ ସର୍ବଶକ୍ତିମାନ ?

କବିତା କଳ କଳ ଭାଷାରେ ଉଜାଗର କରୁ

ନାରୀକୁ ବଂଦନୀୟା କରିବାର କାର୍ଯ୍ୟକ୍ରମ

ଉଭେଇ ଦେଇ ବହୁଭୋଗ୍ୟର ପୁରୁଣା ଛାପା

ଏ ସବୁ କାମ ଯଦି କବିତା କରିପାରିବ ନାହିଁ

ତେବେ ପଢ଼ ନାଇଁ ମୋର କବିତା ।


Rate this content
Log in

Similar oriya poem from Inspirational