STORYMIRROR

Jayashree Maharana

Romance

2  

Jayashree Maharana

Romance

ପବିତ୍ର ପ୍ରେମ

ପବିତ୍ର ପ୍ରେମ

1 min
112

ପ୍ରେମ ସଂସାରର ଅମୂଲ୍ୟ ସମ୍ପତ୍ତି

ପ୍ରେମ ଏକ ଦିବ୍ୟଭାଵ

ଶାଶ୍ୱତ ପବିତ୍ର ପ୍ରେମ ଚିର ସତ୍ୟ

ମଧୁଝରା ଅନୁଭବ


ରାଧାକୃଷ୍ଣ ପ୍ରେମ ସଦା ଅମଳିନ

ଯୁଗେ ଯୁଗେ ପୂଜନୀୟ

ଆତ୍ମାର ମିଳନ ସ୍ୱାର୍ଥ ଆଶା ଶୂନ୍ୟ

ଅବିରତ ମଧୁମୟ


ସଂସାରେ ପ୍ରେମର ଅମୂଲ୍ୟ ମହତ୍ତ୍ୱ

ଭରିଛନ୍ତି ପ୍ରେମୀ ସାଜି

ସମ୍ପ୍ରତ୍ତି ସମାଜେ ପ୍ରେମର ଉଚ୍ଛ୍ୱାସ

ଦେଇଛନ୍ତି ଦୁହେଁ ଖଞ୍ଜି


ଆମ୍ର କୁଞ୍ଜବନ ବଇଁଶୀରସ୍ଵନ

ପୀରତିର ଆକର୍ଷଣ

ନଥିଲା ଦୈହିକ ସୁଖର କାମନା

ଅପ୍ରାପ୍ତିର ଅଭିମାନ


ବସନ୍ତ ଆସନ୍ନ ଫଗୁଣର ରଙ୍ଗ

ବୋଲିଦେଇ ଶରୀରରେ

ଅପୂର୍ବ ପ୍ରଶାନ୍ତି ହୃଦୟେ ଆବୋରି

ଭିଜୁଥିଲେ ବିରହରେ


ସମର୍ପଣ ଭାବ ଦୁହିଙ୍କ ଆତ୍ମାକୁ

କରିଥିଲା ଏକାକାର

ମିଠା ତୃଷ୍ଣା ଓଠେ ହୃଦେ ଶିହରଣ

ଆର୍ତ୍ତନାଦ ପରଶର


ଅଦ୍ୱିତୀୟ ପ୍ରୀତି ମନୁଷ୍ୟର ଶକ୍ତି

ଅମୃତର ଭାବଧାରା

ପବିତ୍ର ପ୍ରେମର ଗାଥା ଗଉରବ

ମହକରେ ମହୀ ଭରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance