STORYMIRROR

Ajit Kumar Raut

Action Inspirational

3  

Ajit Kumar Raut

Action Inspirational

ପବିତ୍ର ପ୍ରେମ

ପବିତ୍ର ପ୍ରେମ

1 min
219


ପବିତ୍ର ପ୍ରେମର ଅମୂଲ୍ୟ କଥାର

ପ୍ରେମର ସନ୍ଦେଶ ଏହି,

ବୄଦ୍ଧ ଅବସ୍ଥାରେ ଯୋଗାର ସନ୍ଦେଶ

ଶିକ୍ଷା ଦେଉ ଛନ୍ତି ଏହି।୧।


ନାତିନାତୁଣୀରେ ସଂସାର ପୁରିଛି

ନାହିଁ କିଛି ପ୍ରୟୋଜନ,

ଲକ୍ଷ୍ମୀ ପୂର୍ଣ୍ଣ ତାଙ୍କ ସଂସାର ହୋଇଛି

ଶିକ୍ଷା ଦେଉଛନ୍ତି ଜନ।୨।


ଯୋଗାର ମହତ୍ତ୍ଵ କର୍ମଯୋଗୀ ହୋଇ

ଯୋଗା କରୁଥାନ୍ତି ନିତ୍ୟେ,

ସକାଳୁ ଉଠିଣ ନିତ୍ୟକର୍ମ ସାରି

ଯୋଗା କରନ୍ତି ସେ ନିତ୍ୟେ।୩।


ବୁଡିକୁ ଧରିଣ ବଗିଚା ତୁଠରେ

ଭ୍ରମଣ କରନ୍ତି ନିତ୍ୟେ,

ପବିତ୍ର ପ୍ରେମର ଅପୂର୍ବ ନୀଳାକୁ

କରୁଥାନ୍ତି ନିତ୍ୟେ ନିତ୍ୟେ।୪।


ଫିଟ୍ ଭାରତର ମହାମଂତ୍ରକୁ

କରନ୍ତି ପ୍ରକାଶ ଭବେ,

ପ୍ରେମର ସନ୍ଦେଶ ଅର୍ପଣ କରନ୍ତି

ବୄଦ୍ଧ କାଳେ ମଧ୍ୟ ଭବେ।୫।


ପବିତ୍ର ପ୍ରେମର ଅମୂଲ୍ୟ କଥାର

ପ୍ରେମର ସନ୍ଦେଶ ଏହି,

ବୄଦ୍ଧ ଅବସ୍ଥାରେ ଯୋଗାର ସନ୍ଦେଶ

ଶିକ୍ଷା ଦେଉ ଛନ୍ତି ଏହି।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action