STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପବିତ୍ର ପ୍ରେମ ବନ୍ଧନ

ପବିତ୍ର ପ୍ରେମ ବନ୍ଧନ

1 min
408


ପବିତ୍ର ପ୍ରେମର ପବିତ୍ର ବନ୍ଧନ ପତିପତ୍ନୀ ରୂପେ ଭାଇ,

ଜୀବନର ସାଥୀ ପତ୍ନୀ ହିଁ ତାହାର ସୁଖର ସଂସାର ଭାଇ।


କର୍ତ୍ତବ୍ୟେ ଭୂଷଣ ଧର୍ମପତ୍ନୀ ତାର ସମଭାବ ରଖେ ଗୃହେ,

ଶାଶୁ ଓ ଶଶୁରେ ଭକ୍ତିସେବା ଭାବ ରଖିଅଛି ନିତ୍ୟେ ଗୃହେ।


ପ୍ରେମର ସାଗର ପ୍ରବାହିତ ଗୃହେ ପଟାନ୍ତର ନାହିଁ ତାରେ,

ବାସ୍ତବିକ ପ୍ରେମ ଦୃଷ୍ଟିପାତ ହୁଏ ଏହୁତ ପ୍ରେମ ସଂସାରେ।


ପତିପତ୍ନୀ ପ୍ରେମେ ସ୍ବାର୍ଥନାହିଁ କିଛି ବାସ୍ତବିକ ପ୍ରେମଏହୁ,

ସମ୍ମାନ ହୁଅଇ ଦୁହିଁଙ୍କର କଥା ପବିତ୍ର ପ୍ରେମ ହିଁ ଏହୁ।


ଲକ୍ଷ୍ମୀପୂର୍ଣ୍ଣ ଗୃହ ନାହିଁ ଅନାଟନ ଜଗନ୍ନାଥ ଭକ୍ତି ତହିଁ,

ସୁଖଦୁଃଖ ସାଥୀ ଆତ୍ମା ସଙ୍ଗେଆତ୍ମା ମିଳି ରହିଅଛି ଯହିଁ।


ଅତିଥିର ସେବା ଭକ୍ତି ପ୍ରେମେ ହୁଏ ସତ୍ୟପଥେ ଗୃହ ତାର,

ଜନତାଙ୍କ ସେବା ପତିପତ୍ନୀ ମନ୍ତ୍ର ଗୁଞ୍ଜୁଅଛି ଗୃହେ ତାର।


ଦୁହିଁଙ୍କର ମଧ୍ୟେ ରାଷ୍ଟ୍ରଭକ୍ତି ପ୍ରେମ ଶ୍ରେଷ୍ଠମନ୍ତ୍ର ହୋଇଅଛି,

ସମାଜ ନିର୍ମାଣ ସମର୍ପଣ ଭାବ ଦୁହିଁଙ୍କର ରହିଅଛି।


ନିସ୍ବାର୍ଥର ମନ୍ତ୍ର ହୃଦରେ ଗୁଞ୍ଜୁଛି ନାହିଁ ସ୍ବାର୍ଥ ଦୁହିଁଙ୍କର,

ଆତ୍ମନିର୍ଭରର ହେବା ପାଇଁ କାର୍ଯ୍ୟ ହେଉଅଛି ଦୁହିଁଙ୍କର।


ସ୍ବାମୀ ପାଇଁ ପତ୍ନୀ ପ୍ରେମ ରହିଅଛି ନାହିଁ ତାର ପଟାନ୍ତର,

ପତି କରେ କାର୍ଯ୍ୟ ପତ୍ନୀକୁ ବୁଝିଣ ପ୍ରେମର ଏହୁ ସଂସାର।


କୃଷ୍ଣ ରାମ ଭକ୍ତି ଜପମାଳି ଯାର ଜଗନ୍ନାଥ ଭକ୍ତି ତହିଁ,

ଚକାନୟନରେ ଦେଖୁଛି କାଳିଆ ପତିପତ୍ନୀ ପ୍ରେମ ଯହିଁ।


ଈଶ୍ବରୀୟ ପ୍ରେମ ପବିତ୍ର ପ୍ରେମରେ ନାହିଁତହିଁ ସ୍ବାର୍ଥଭାବ,

ନାହିଁ ସ୍ବାର୍ଥଭାବ ପତିପତ୍ନୀ ମଧ୍ୟେ ତହିଁ ସମର୍ପଣ ଭାବ।


ଏହୁଅଟେ ପ୍ରେମ ଆତ୍ମା ଆତ୍ମାସଙ୍ଗେ ଯୋଡ଼ି ରହିଥିବ ସଦ,

ପ୍ରେମର ପ୍ରେରଣା ପତିପତ୍ନୀ ଠାରୁ ମିଳୁଥିବ ଜନେ ସଦା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract