ପବିତ୍ର ମୋ ଭାରତ ବର୍ଷ
ପବିତ୍ର ମୋ ଭାରତ ବର୍ଷ
• ବିବିଧତା ଭରା ସସାଗରା ଧରା
• ଦିବ୍ୟ ଜ୍ବୋତି ଦିବା ନିଶି
• ପରାଚି ଗଗନେ ଅରୁଣ କିରଣ
• ନିଶାକର ରଚେ ରଜତ ଜ୍ବୋତ୍ସ୍ନା ରାଶି ।।
• ନଦ, ନଦୀ ଜଳ କାନନ ପ୍ରାନ୍ତର
• ତରୁ,ତୃଣ, ପଶୁ ପକ୍ଷୀ
• ଖରା, ବର୍ଷା ପୁଣି ଶିତୁଆ ରାତିର
• ଫୁଲ ରାଣୀ ମେଳେ ରମଣୀୟ ତାର କାନ୍ତି ।।
• ଏଠି ଅଛି ହିମା -- ଳୟ କୁମାରୀକା
• ଗୋଦାବରୀ, ଗଙ୍ଗା ନଦୀ
• ପୂଣ୍ୟତୋୟା ନିର୍ଝରଣୀ ମାଳିନୀ ୟେ
• ମଠ ଓ ମନ୍ଦିର ପୁରୀ, କାଶୀ, ବାରାଣାସୀ ।।
• ଭୃଗୁ,ପରାସର ବଶିଷ୍ଠ,କପିଳ
• ଦଧୀଚି ସମାନ ଋଷି
• କେତେ ଅବତାରେ ଅବତରି ଛନ୍ତି
• ଏଇ ଭାରତରେ ନିଜେ ବଇକୁଣ୍ଠ ବାସୀ ।।
• ଚଇତନ,ରାମ କୃଷ୍ଣ, ଅଭିରାମ
• କବିର,ନାନକ, ଜୈନ
• କବି ଗୁରୁ ରବି, ଗାନ୍ଧୀ, ସୁଭାଷ
• ସତ୍ୟର ପ୍ରତିକ ବନ୍ଦେ ଯାରେ ବିଶ୍ବ ବାସୀ ।।
• ସ୍ନେହ, ପ୍ରେମ,ଦୟା ମାୟା ଉପୁଜଇ
• ଏଇ ସେ ଭାରତ ଭୂଇଁ
• ନାହିଁ ଭେଦଭାବ ଜାତି ବର୍ଣ୍ଣ ରଙ୍ଗ
• ଏଇ ସେଇ ଦେବ ଭୂଇଁ ସରବେ ସମାନ ଏଠି ।।
• ଗୋଟିଏ ଜାତିର ମଣିଷ ଲେଖଇ
• ପୂଣ୍ୟ ଜାତୀ ଇତିବୃତି
• ଏଇ ସେ ଭାରତ ବିଶ୍ବ ବନ୍ଦିତ
• ଉଡାଏ ତ୍ରୀରଙ୍ଗା ଜୈତ୍ରି ପବିତ୍ର ଏହାର ମାଟି ।।
• ମୋ ମାଆ ସମ କେହି ନାହିଁ
• ସଭିଙ୍କୁ ଆଦରେ
• ସରାଗରେ ହସି ହସି ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
