ପବିତ୍ର ଧନୁ ସଂକ୍ରାନ୍ତି
ପବିତ୍ର ଧନୁ ସଂକ୍ରାନ୍ତି
( ରାଗ:- ବଙ୍ଗଳା ଶ୍ରୀ )
ପ୍ରଥମ ଦିନ ଟି ପୌଷ ଯେ ମାସର
ପରା ଏ ଧନୁ ସଂକ୍ରାନ୍ତି
ବନ୍ଦ ଯେ ରୁହେଟି ପ୍ରଭାତୀ କୀର୍ତ୍ତନ
ପ୍ରଥମ ଭୋଗ ସଂସ୍କୃତି ।
ପହଲୀଭୋଗ ଯେ ଜଗା ଠାକୁରକୁ
ଧନୁ ସଂକ୍ରାନ୍ତି ମହତ୍ତ୍ଵ
ପୁଷ୍ପ ଅଭିଷେକ ହୁଏ ଟି ଛାମୁରେ
ସୃଷ୍ଟିକର୍ତ୍ତା ଜଗନ୍ନାଥ ।
ହେବ ଶୁଭାରମ୍ଭ ପଞ୍ଜିକା ଲିଖନ
ଧନୁ ଏ ସଂକ୍ରାନ୍ତି ଠାରୁ
ସଂକ୍ରାନ୍ତି ସ୍ବରୂପ ବର୍ଣ୍ଣନା କରିଣ
ଜ୍ୟୋତିଷ ଲିଖନ ଶୁରୁ ।
ଅର୍ପଣ ଠାକୁରେ ନୈବେଦ୍ୟ ତାଙ୍କର
ଉଖୁଡା ଅବା ମୁଆଁ'ର
ଧନୁସଂକ୍ରାନ୍ତିର ପବିତ୍ର ସେ ଭୋଗ
ବଡ଼ଠାକୁର ଛାମୁର ।
ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏ ଭୋଗ
ଧନୁ ସଂକ୍ରାନ୍ତିରୁ ପରା
ଉତ୍ତରାୟଣ ଟି ହେବେ ସୂର୍ଯ୍ୟ ଦେବ
ଏଣୁ ଆୟୋଜନ ସାରା ।
ହୁଏ ଅନୁଷ୍ଠିତ ପୁଷ୍ୟାଭିଷେକ ଯେ
ଶ୍ରୀମନ୍ଦିରର କାହାଣୀ
ଜଗତର ନାଥ ପ୍ରଭୁ ଜଗନ୍ନାଥ
ସଂକ୍ରାନ୍ତିର ବିବରଣୀ ।
ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଟି
ଧନୁ ସଂକ୍ରାନ୍ତିରେ ମୋର
ଜଗା ସେ କାଳିଆ ମଙ୍ଗଳ କରିବେ
ଆରାଧ୍ୟ ପରା ଆମର ।।
