ପବିତ୍ର ବନ୍ଧନ
ପବିତ୍ର ବନ୍ଧନ


ବାହାଘର ଏକ ପବିତ୍ର ବନ୍ଧନ କେବେହେଲେ ଫିଟେନାହିଁ,
ଜନ୍ମର ପୂର୍ବରୁ ନିର୍ଦ୍ଧାରିତ ଯାହା ତାକୁ ଆମେ ପାଳିଥାଉଁ ।
ଶିବ ସହ ଶକ୍ତି ମିଳନରୁ ସିନା ସୃଷ୍ଟି ପରିପୂର୍ଣ୍ଣ ହୁଏ,
ନର-ନାରୀ ଦୁଇଜାତି ମିଳନକୁ ସମାଜ ହିଁ ଚାହିଥାଏ ।
ପ୍ରଜାପତି ବ୍ରହ୍ମା ଉପସ୍ଥିତ ହୋଇ କରିଥା'ନ୍ତି ବାହାଘର,
କନ୍ୟା ଦଶଦୋଷ କ୍ଷମା କରିବାକୁ ଶପଥ ନିଅନ୍ତି ବର ।
ଅଗ୍ନି ହିଁ ସକଳ ଦେବତା ପ୍ରତୀକ ହୋମ ଯାଗ-ଯଜ୍ଞ କର୍ମ,
ତାଙ୍କୁ ସାକ୍ଷୀ ରଖି ବରକନ୍ୟା ଦୁହେଁ ପାଳନ୍ତି ଗ୍ରାହସ୍ଥ୍ୟ ଧର୍ମ ।
ଆମ ସଂସ୍କୃତିକୁ ମୁନି-ଋଷିଗଣ ଖଞ୍ଜି ଦେଇଛନ୍ତି ନୀତି,
ସେ ନୀତିକୁ ମାନି ଚାଲିଲେ ସୁଖରେ ରହନ୍ତି ନବ ଦମ୍ପତି ।