ପବିତ୍ର ଭାରତ
ପବିତ୍ର ଭାରତ
ପବିତ୍ର ଭାରତ ଜନନୀ ମୋହର
ଇତିହାସ ଯା'ର ଚିର ଅମ୍ଳାନ
ଗାଉଛି ଗାଇବି ତା'ର ଯଶକୀର୍ତ୍ତି
ଥିବାଯାଏଁ ମୋର ପିଣ୍ଡରେ ପ୍ରାଣ ।
କାଶିମିରୀ ଠାରୁ କନ୍ୟାକୁମାରିକା
ବଣ ପରବତ ଭରା ଶରୀର
ଗଙ୍ଗା ଗୋଦାବରୀ କୃଷ୍ଣା ଓ କାବେରୀ
ଧୋଇ ଦେଉଛନ୍ତି ମାଆ ପୟର ।
ତିନି ପାରୁଶରେ ବିସ୍ତୃତ ସାଗର
ହିମାଳୟେ ଶିରେ ଶୋଭା ବଢ଼ାଏ
ସ୍ୱଚ୍ଛ ସ୍ନିଗ୍ଧ ଜଳେ ପୂର୍ଣ୍ଣ ନିର୍ଝରିଣୀ
କୁଳୁକୁଳୁ ସୁରେ ସଂଗୀତ ଗାଏ ।
ସବୁଜ କ୍ଷେତରେ ସୁନାର ଫସଲ
ମୃଦୁ ବାଆ ସ୍ପର୍ଶେ ନୃତ୍ୟେ ମଗନ
ଗରଭେ ସାଇତା ନାନାଦି ଦରବେ
ଗଢ଼ିଥାଏ ସଦା ଆମ ଜୀବନ ।
ଜନମ ମୋହର ହୋଇଛି ସାର୍ଥକ
ଜନମିଲି ଯେବେ ଭାରତ କୋଳେ
ସର୍ବଦା ନିର୍ମଳ ଅନ୍ତର ଭକ୍ତିରେ
ପୂଜୁଥିଵି ଦେଶ ପୀରତି ବଳେ ।
