STORYMIRROR

Jayashree Maharana

Inspirational

4  

Jayashree Maharana

Inspirational

ପବିତ୍ର ଭାରତ

ପବିତ୍ର ଭାରତ

1 min
325

ପବିତ୍ର ଭାରତ ଜନନୀ ମୋହର

ଇତିହାସ ଯା'ର ଚିର ଅମ୍ଳାନ

ଗାଉଛି ଗାଇବି ତା'ର ଯଶକୀର୍ତ୍ତି

ଥିବାଯାଏଁ ମୋର ପିଣ୍ଡରେ ପ୍ରାଣ ।


କାଶିମିରୀ ଠାରୁ କନ୍ୟାକୁମାରିକା

ବଣ ପରବତ ଭରା ଶରୀର

ଗଙ୍ଗା ଗୋଦାବରୀ କୃଷ୍ଣା ଓ କାବେରୀ

ଧୋଇ ଦେଉଛନ୍ତି ମାଆ ପୟର ।


ତିନି ପାରୁଶରେ ବିସ୍ତୃତ ସାଗର

ହିମାଳୟେ ଶିରେ ଶୋଭା ବଢ଼ାଏ

ସ୍ୱଚ୍ଛ ସ୍ନିଗ୍ଧ ଜଳେ ପୂର୍ଣ୍ଣ ନିର୍ଝରିଣୀ

କୁଳୁକୁଳୁ ସୁରେ ସଂଗୀତ ଗାଏ ।


ସବୁଜ କ୍ଷେତରେ ସୁନାର ଫସଲ

ମୃଦୁ ବାଆ ସ୍ପର୍ଶେ ନୃତ୍ୟେ ମଗନ

ଗରଭେ ସାଇତା ନାନାଦି ଦରବେ

ଗଢ଼ିଥାଏ ସଦା ଆମ ଜୀବନ ।


ଜନମ ମୋହର ହୋଇଛି ସାର୍ଥକ

ଜନମିଲି ଯେବେ ଭାରତ କୋଳେ

ସର୍ବଦା ନିର୍ମଳ ଅନ୍ତର ଭକ୍ତିରେ

ପୂଜୁଥିଵି ଦେଶ ପୀରତି ବଳେ ।



Rate this content
Log in

Similar oriya poem from Inspirational