STORYMIRROR

Ajit Kumar Raut

Drama

3  

Ajit Kumar Raut

Drama

ପୌରାଣିକ ପର୍ବ

ପୌରାଣିକ ପର୍ବ

1 min
185


ଖୁସିର ଲହରୀ ଆମନ୍ତ୍ରିତ ଧାମେ


ସତ୍ୟଗାମୀ ଏହି ତାରତ ଧାମେ,


ବିଭିନ୍ନ ରଙ୍ଗର ଖେଳା ହେବ ଧାମେ


ସତ୍ୟ ରଙ୍ଗମୟ ହୋଇବ ଧାମେ।୧।


ଏକତ୍ରିତ ମନ୍ତ୍ର ପ୍ରତିଧ୍ବନି ହେବ


ମାନ ଅପମାନ ଦୂରେଇ ଯିବ,


ରଙ୍ଗର ମିଳନେ ପବିତ୍ରତା ହେବ


ପ୍ରେମର ମିଳନେ ସତ୍ୟହିଁ ହେବ।୨।


ସତ୍ୟର ପ୍ରତିକ ଏହି ହୋଲି ପର୍ବ


ଅସତ୍ୟର ଏହି ବିନାଶ ପର୍ବ,


ଆନନ୍ଦ ଉଲ୍ଲାସ ଏହି ସତ୍ୟ ପର୍ବ


ଭକ୍ତ ପ୍ରହ୍ଲାଦର ବିଜୟୀ ପର୍ବ।୩।


ସମାନତା ଭାବ ଜାଗି ଉଠେ ପୁଣି


ଜାତିଭେଦ ନାହିଁ ମଧୁର ବାଣି,


ସମାବେଶ ହୁଏ ପବିତ୍ର ଧରଣୀ


ପ୍ରଭୁ ଭକ୍ତି ଅଟେ ସତ୍ୟ କାହାଣୀ।୪।


ଆର୍ଯାବର୍ତ୍ତେ ଏହି ସତ୍ୟର କାହାଣୀ


ଗୁଞ୍ଜୁଛି ସର୍ବଦା ଅପୁର୍ବ ବାଣି,


ଧର୍ମ ପଥେ ଜନ ପଥଗାମୀ ଜାଣି


ଭକ୍ତହିଁ ପ୍ରହ୍ଲାଦେ ଆଦର୍ଶ ଜାଣି।୫।


ଖୁସିର ଲହରୀ ଆମନ୍ତ୍ରିତ ଧାମେ


ସତ୍ୟଗାମୀ ଏହି ଭାରତ ଧାମେ,


ବିଭିନ୍ନ ରଙ୍ଗର ଖେଳ ହେବ ଧାମେ


ସତ୍ୟ ରଙ୍ଗମୟ ହୋଇବ ଧାମେ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama