Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Tragedy

3  

Geetanjali Prusty

Tragedy

ପାଉଁଶ ତଳର ସ୍ବପ୍ନ

ପାଉଁଶ ତଳର ସ୍ବପ୍ନ

1 min
383



ସ୍ବପ୍ନ ମୋର ଆଜି ପାଉଁଶ ଉଢାଳେ

କୁହୁଳୁଛି ଦିବାନିଶି

ଆଶା ଅସୁମାରୀ ଭୂମିକମ୍ପ ଭଳି

ମାଟିରେ ଯାଇଛି ମିଶି |


ଭାବିଥିଲି ଦିନେ ଜହ୍ନ ରାଇଜରେ

ଗଢିବି ମୁଁ ଗୋଟେ ଘର

ତାରା ମେଳେ ବସି ନିରେଖି ଦେଖିବି

ସ୍ବପ୍ନ ସୁନ୍ଦରୀକି ମୋର |


ନୀଳ ନୟନା ର ନିବିଡ଼ ଚାହାଣୀ

ଖିଲି ଖିଲି ହସ ଖେଳ

ସତେକି ସରଗୁ ଅପସରିଗଣ

ଆସିଛନ୍ତି ହୋଇ ମେଳ |


କି ବର୍ଣ୍ଣିବି ତାଙ୍କ ଅପରୂପ ଶୋଭା

ରାଜହଂସୀ ଧୀର ଚାଲି

ଲକ୍ଷେ ସୁଷମା କୁ ପଛରେ ପକାଇ

ପସରା ଦେଇଛି ମେଲି |


ଶୁଦ୍ଧ ସୁବର୍ଣ୍ଣରେ ଗଢ଼ାକି ଶରୀର

ଅପରୂପ ତେଜ କାନ୍ତି

ଅୟୁତ ଦୀପାଳି ଫିକା ପଡ଼ିଯାଏ

ଦରଶନେ ମିଳେ ଶାନ୍ତି |


ଏମିତି ସପନେ ଭିଜି ଭିଜି ମୋର

ରାତିଟା ଯାଇଛି ପାହି

ଖବର ପାଇଲି ବାପା ମୋର ଆଉ

ଏଇ ଦୁନିଆରେ ନାହିଁ |


ଖବର ଶୁଣି ମୁଁ ଝଡ଼ ଟିଏ ଭଳି

ପହଂଚିଲି ଘରେ ଯାଇ

ଦାଣ୍ଡ ଦୁଆରରେ ଅଚିନ୍ତା ନିଦ୍ରାରେ

ବାପା ପଡିଛନ୍ତି ଶୋଇ |


ଛଖଣ୍ଡି କାଠରେ କୋକେଇ ବାନ୍ଧନ୍ତି

କୁଟୁମ୍ବ ସାହି ପଡିଶା

ବାପାଙ୍କ ସାଥିରେ ବିଦାୟ ଘେନିବ

ସବୁ ମୋ ଆଶା ଭରସା |


ତାସଙ୍ଗରେ ପୁଣି ବୋଉ ହାତ ଶଙ୍ଖା

ନାଲି ସିନ୍ଦୁର ର ଟୋପା

ସବୁ ନେଇ ଏବେ ସ୍ୱର୍ଗ ଦ୍ୱାର ଯିବେ

ସଂସାର ଛାଡିକି ବାପା |


ଦେଖି ଶୁଣି ସବୁ ଘୂରୀଗଲା ମଥା

ପଡିଲି ମୁଁ ଓଳିତଳେ

ସ୍ବପ୍ନ ମୋର ଯେତେ ଚିରଦିନ ପାଇଁ

ରହିଲା ପାଉଁଶ ତଳେ |

🟣🟣🟣🟣🟣🟣🟣🟣


Rate this content
Log in

Similar oriya poem from Tragedy