STORYMIRROR

Gunanidhi Samal

Romance

2  

Gunanidhi Samal

Romance

ପାଉଣା

ପାଉଣା

1 min
82

ତୁମ'ନାଁ ସାଥୀରେ ମୋ'ନାଁଆଁ ଲେଖିଲି

ଯେବେଠୁ ପାହାଡ଼ ଛାତିରେ  

ସେଇଦିନ ଠାରୁ ନିଇତି ତୁମକୁ

ସପନ ଦେଖୁଛି ରାତିରେ ।

କିଏ ଜାଣେ ଦିନେ ଭୁଲିଯିବ ମୋତେ

ହାତ ଛାଡ଼ିଦେଵ ବାଟରେ

କେମିତି ଚାଲିବି ଏକା ଏକା ସାଥୀ

ତୁମ ବିନା ଏଇ ସଂସାରେ ।

ଚାହିଁଥିବି ତୁମ ଆସିବା ବାଟକୁ

ବାତାୟନ ପାଶେ ଏକାନ୍ତେ

ବଧୂକରି ମୋତେ ନେଇଯିବ ସାଥେ

ସେକଥା ନୋହୁଛି ପରତେ ।

ଯଦି କେବେ ତୁମେ ଭୁଲିଯିବ ମୋତେ

ହଜାଇ ଦେଇ ମୋ"ଠିକଣା

ଭାବିବିନି କେବେ ଠକିଦେଲ ବୋଲି

ନ'ଦେଇ ପ୍ରେମର ପାଉଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance