STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ପାଠାଗାର ବିପ୍ଳବ

ପାଠାଗାର ବିପ୍ଳବ

1 min
11.9K

ସ୍ମୃତିରୁ ତାଳପତ୍ର ପୋଥି ତହୁଁ ପୁସ୍ତକର ଜନ୍ମ ଜାତକ

ବାଇବେଲ ବିତରଣ ପାଇଁ ଛାପାଖାନା ସଂସ୍କୃତି ଉଦ୍ରେକ।


ସବୁ ପୁସ୍ତକ ସମସ୍ତେ କିଣିବେ ଘରେ ସାଇତିବେ ସମ୍ଭବ

ହେବ ନାହିଁ ବୋଲି ପାଠାଗାର ବିପ୍ଳବର ହେଲା ଉଦ୍ଭବ।


ବ୍ୟୟ ବହୁଳ ସାର୍ବଜନୀନ ନୁହେଁ ବ୍ୟକ୍ତିଗତ ପାଠାଗାର 

ଗ୍ରନ୍ଥାଗାର କରେ ସାମାଜିକ ଜ୍ଞାନ ବିଜ୍ଞାନ ସାହିତ୍ୟ ପ୍ରସାର ।


ସମ୍ବାଦ ପତ୍ର ଦୈନିକ ସାପ୍ତାହିକ ପାକ୍ଷିକ ମାସିକ

ତ୍ରୈମାସିକ ପୁଣି ବାର୍ଷିକ ଧାରାରେ ପାଠାଗାର ଆବଶ୍ୟକ।


ଛାତ୍ରଛାତ୍ରୀ ଠାରୁ ଶିକ୍ଷକ ବୌଦ୍ଧିକ ପ୍ରାଜ୍ଞ ବିଜ୍ଞ ଜନଙ୍କର

ପାଠାଗାର ନିତ୍ୟ ବ୍ୟବହାର୍ଯ୍ୟ ଜରୁରୀ ଅତ୍ୟନ୍ତ ସଭିଙ୍କର।


ସରକାରୀ ଅନୁଦାନେ ଗଢା ସାମୁହିକ ଉଦ୍ୟମରେ କଦା

ପାଠାଗାର ଗଢିଉଠେ ସମର୍ପିତ ଜନ କଲ୍ୟାଣରେ ସଦା।


ଶୃଙ୍ଖଳା ରକ୍ଷା ନୀରବତା ବ୍ରତ ପାଠାଗାରରେ ମୂଳ ମନ୍ତ୍ର

ପାଠାଗାରିକ ସାଇତି ସଜାଡି ରଖିବାର ଶୈଳୀ ସ୍ଵତନ୍ତ୍ର।


ଇଣ୍ଟରନେଟ୍ ଯୁଗରେ କମିଛି ତାହାର ଯଥାର୍ଥ ଆଦର

ତଥାପି ବହିଟି ଖୋଲି ଧରିବାର ସ୍ୱପ୍ନ ହୋଇନାହିଁ ଛାରଖାର।


ରାଜ୍ୟ ଗ୍ରନ୍ଥାଗାର ରାଜଧାନୀ ଠାରେ ଗଢା ବିଶାଳ ଆକୃତି

ଉତ୍କଳ କେଶରୀ ମହତାବ ନାମରେ ବହନ କରୁଛି ସ୍ମୃତି।


ନୟାଗଡ ଗାନ୍ଧୀ ଦାଶରଥି ପଟ୍ଟନାୟକ ପୁସ୍ତକ ମାଗି

ପାଠାଗାର କରି ବିଶାଳ ଆକାର ରଚିଲେ ରେକର୍ଡ ଭାଂଗି।


ବହିଠାରୁ ବଡ ସାଥୀ ନାହିଁ ପାଠାଗାରରୁ ବଡ ମନ୍ଦିର

ସମସ୍ତଙ୍କ ସହଯୋଗ ମିଳୁ ବଞ୍ଚି ରହୁ ଜ୍ଞାନର ମନ୍ଦିର।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract