STORYMIRROR

Monalisha Panda

Classics Inspirational Children

3  

Monalisha Panda

Classics Inspirational Children

ପାଠ ପଢ ହେ !ଶିଶୁଗଣ

ପାଠ ପଢ ହେ !ଶିଶୁଗଣ

1 min
355

ପାଠ ପଢ ହେ ! ଆହେ ଶିଶୁ ଗଣ

ପାଠ ହିଁ ସବୁ ର କାରଣ ।।

ଶିଶୁ ସିନା ତୁମେ ଅଛି ଆଜି 

କାଲି ଜିତିପାର ତୁମେ ଦେଶ ର ବାଜି ।।

ଭଲ ପାଠ ପଢି କଲେ ଉନ୍ନତି

ନ ହେବ କେବେ ତୁମର ଇତି ।।

ସବୁଠି ରହିବ ତୁମ ନାମ ଆଗରେ

ରହିବ ତୁମେ ସଭିଙ୍କ ପ୍ରଶଂସାରେ ।।

ଜୀବନ ର ମୂଳମନ୍ତ୍ର ହେଉଛି ପାଠ

ପାଠ ପଢା ରେ କେବେ ନ ହୁଅ ମଠ ।।

ହେଳା ନ କରି ଦିଅ ପଢା ରେ ଧ୍ୟାନ

ଆହରଣ କର ତୁମେ ଅଧିକ ଜ୍ଞାନ ।।

ତାହାଲେ ସରସ ସୁନ୍ଦର ହେବ ଜୀବନ

ସହଜେ ଜିଣିବ ତୁମେ ସଭିଙ୍କ ମନ ।।

ପାଠ ନ ପଢି କେବେ ମାର୍କ ଆଶା ରେ

ବୁଝିବା ପାଇଁ ସଦା ପାଠ ପଢ ରେ ।।

ଏହି ଛୋଟ କଥା କୁ ମୋର ସଭିଏଁ ମାନ

ଏବେଠୁ ଉପଭୋଗ କର ନିଜ ଜୀବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics