STORYMIRROR

Pankajini Upadhaya

Classics

2  

Pankajini Upadhaya

Classics

ପାଷାଣୀ ଅହଲ୍ଯା

ପାଷାଣୀ ଅହଲ୍ଯା

1 min
13.3K



ପଙ୍କଜିନୀ ଉପାଧ୍ଯାୟ। ( ମିତା )

ଅରଙ୍ଗାବାଦ

..............


କ'ଣ ଦରକାର ?

କାହିଁକି ବା ଦରକାର?

ସେ କ'ଣ ପାରିବନି ?


ଅଭିଷପ୍ତା ପୁରାଣ

ପାଷାଣୀ ଅହଲ୍ଯା

ଅପେକ୍ଷାରତ ଉଦ୍ଧାର ପାଇଁ

ଆସିବେ ସେ ପ୍ରାଣ ପ୍ରିୟ ରାମ

ଉଦ୍ଧରିବେ

ପାଇଯିବ ମୁକ୍ତି

ଗାଇବ ପୁରୁଷାକାରର ଜୟ।


ଆଜିର ଅହଲ୍ଯା

ଚାହିଁବନି କାହା ପାଦ ସ୍ପର୍ଶ

ଉତ୍ କୀର୍ଣ୍ଣ ହେବ

ନିଜ ଇଚ୍ଛାର ବଳୟେ

ହୃଦୟର ସ୍ପନ୍ଦନର

ମମତ୍ବ ବଳୟ

ଦୃଢ ଇଚ୍ଛାଶକ୍ତିର

ପ୍ରବଳ ଆଲିଙ୍ଗନ

ପାଷାଣରୁ ମୁକ୍ତି ପାଇଁ

ଏ ତ ଅବଲମ୍ବନ।


ଭୂମିରୁ ଜାତ ସେ

ଭୂମାର ତନୟା

ଶହନଶୀଳା ଗର୍ଭ ଜାତା

ଶିଖିଛି ସେ ଜୀବନର ମନ୍ତ୍ର

ସାମନା କରିବାର

ଦୂର୍ବାର ପ୍ରକ୍ରିୟା

ହାରିବନି ହଟିବନି

ଇଚ୍ଛା ତା'ର ଆପଣାର

ସଚେତନତାର ସେ ବାର୍ତ୍ତା

ପାଇଛି ।


ସେ ତା ମନର

ଈଶ୍ବରୀ

ପାଷାଣରୁ ମୁକ୍ତି ପାଇ

ହେବ ସେ ସ୍ବୟଂ ସମ୍ପୁର୍ଣ୍ଣା

କରିବ ସେ

ଇଚ୍ଛାର ପ୍ରୟୋଗ।


ସମ୍ମୋହନେ

ହୋଇପାରେ ସମ୍ମୋହିତ

ଅବରୁଦ୍ଧ କରିପାରେ

ତା'ଦୁର୍ବାର ପଥ

ତରଳି ଯାଇପାରେ

ଦୃଢ ମନୋରଥ

ଅବା ସରଳତା ତରଳତା

କରିପାରେ ମଥାନତ।


ଅଟକିବ

ନାହିଁ ସେଠି

ମାଆର କଲ୍ୟାଣ

ତା'ର କାନିରେ ବାନ୍ଧିଛି

ସ୍ମୃତି ସିଏ କରାଇବ

ଜଗାଇବ ଚେତନା

ଅଟକିବ ନାହିଁ ତା'ର

ମନୋସ୍କାମନା।


ସୃଷ୍ଟିକାରିଣୀ ସେ

ଜଗତଜନନୀ

ସବୁ ପୁରୁଷାକାର

ତା'ଠାରୁ ଜନ୍ମିତ

ସେ ପୁଣି ହାରିଯିବ

ତା'ଜାତ ସନ୍ତାନେ।


ତା'ଠାରୁ

ସୃଷ୍ଟି ପୁଣି

ତା'ଠାରେ ବିନାଶ

ତା'ପରିକଳ୍ପିତ ଏ

ସାରାଜାଗତ

ସେ ଇହକାଳ

ପୁଣି

ପରକାଳ।


ପରାଶକ୍ତ

ନୁହେଁ ସେ

ଇଚ୍ଛାରେ ଆଶକ୍ତ

ନିଜ ପାଇଁ କରିପାରେ

କରିପାରେ ନିଜ

ଉପକାର

ପରୋପକାରେ ବି

ଦେଇପାରେ

ଜୀବନ ତାହାର।


ଲୋଡା ନାହିଁ

ପୁରୁଷର ପାଦସ୍ପର୍ଶ

ଅବା ସୁଦୀର୍ଘ ନିଶ୍ବାସ

ବିଶ୍ୱାସ କରିବ

ପୁରୁଷାର୍ଥର

ଯିଏ ଗାଉଥିବ ଜୟ

ଜଗତ ଜନନୀର

ସୃଷ୍ଟି କାରିଣୀର

ମାଟିର

ଆଉ ମାଆର।


ପ୍ରଭାତ ତ

ମାଆର ସୌନ୍ଦର୍ଯ୍ୟ

ଗାଇବ ସେ

ନିତିଦିନ

ପ୍ରଭାତର ଜୟ।


ଜଗତ କଲ୍ୟାଣକାରୀ

ମାଆ ବସୁମତୀ

ମାତା ଲକ୍ଷ୍ମୀମାତା

ଗାଅ ପୂତ ପବିତ୍ର ଗୀତିକା

ହେଉ ବିନାଶ

ଅହଙ୍କାରର

ଜୀବନର ପ୍ରତି ପାଦେ

ବହୁ

ଶୁଦ୍ଧ ସମୀର

ଜୀବନ ହେଉ ମଧୁର

ପ୍ରତିଟି ଜୀବର।


Rate this content
Log in

Similar oriya poem from Classics