Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Abstract Romance Classics

4  

Hitesh Mohapatra

Abstract Romance Classics

ପାର୍ଥକ୍ୟ

ପାର୍ଥକ୍ୟ

1 min
292


ସୁର୍ଯ୍ୟ ଅସ୍ତ, ସୁର୍ଯ୍ୟ ଉଦୟ ମଧ୍ୟରେ

ପାର୍ଥକ୍ୟ କଣ ଜାଣିଛ

କେବଳ ସୁର୍ଯ୍ୟର ଉପସ୍ଥିତି ।


ଆଉ ତୁମର ଓ ମୋର

ଆଗର ଓ ଏବର ଦେଖାରେ ପାର୍ଥକ୍ୟ

ପ୍ରେମର ଉପସ୍ତିତି ।


କେବେ କେତେବେଳେ ଏ ପ୍ରେମର ଜନ୍ମ

ତାର, ଉତ୍ତର ମୁଁ ଚାହେଁନା

ଚାହେଁନା ତୁମ ଉତ୍ତର

କି, ତୁମେ ମୋତେ ଭଲ ପାଅ ନା ପାଅନା ।


ତୁମ ବିନା ବଞ୍ଛିବା କଥା ଭବିଲେ

କାହିଁ , କେଜାଣି ଏକ ଭୟ

ମନରେ ପଷିଯାଏ ।


ଏ ଭୟ କେତେଜେ ସତ

ତାର ଉତ୍ତର ମୁଁ ଖୋଜିଲେ

ବେଳେ ବେଳେ ପାଏ

ଆଉ ବେଳେ ବେଳେ

ମୁଁ ଭିତରେ ହଜିଯାଏ ।


ତୁମେ ମୋ ସହ କେତେ ବାଟଯାଏ ଅଛ

ତାର ଉତ୍ତର ମୁଁ ଜାଣେନା

କାହିଁ ତୁମ ବିନା ନିଶ୍ୱାସ ନେବାକୁ ମଧ୍ୟ

ମୋତେ ଅର୍ଥ ପୁର୍ଣ୍ଣହୁଏ ମନେ ହୁଏ ନା

ଏ ପ୍ରକାରର ଅନୁଭୁତିକୁ

କେଉଁ ନାମରେ ନାମିତ କରିବି

ତାହା ଭି ଅଜଣା ।


Rate this content
Log in