STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ପାରିବାରିକ କଳହ

ପାରିବାରିକ କଳହ

1 min
332

କବିତା,ପାରିବାରିକ କଳହ


ଛୋଟ ଛୋଟ କଥା ନେଇ ହୁଏ ମାନ 

ଅଭିମାନ

ଛୋଟ ଛୋଟ କଥା ରେ ଭାଙ୍ଗି ଯାଏ

ପାରିବାରିକ ବନ୍ଧନ

ପିତା ପୁତ୍ର ମଧ୍ୟ ରେ କଳହ ହୁଏ

ପିତା କୁ ପୁତ୍ର କଟୁ କଥା କହି କଷ୍ଟ ଦେଇ ଯାଏ

ନିଜ ମା କେତେ ଦୁଃଖ ସହି ସନ୍ତାନକୁ ଜନ୍ମ ଦିଏ

ସେହି ସନ୍ତାନ ତାକୁ କଷ୍ଟ ଦେଇ ଲୁହ ଦେଇ ଯାଏ

ସମ୍ପର୍କ ରେ ଫାଟ ଯେବେ ପଡି ଯାଏ

ଛୋଟ ଛୋଟ. କଥା ନେଇ କଳହ ହେଇ ଯାଏ

କଳହ ଯୋଗୁ ରାମାୟଣ ମହାଭାରତ ଯୁଦ୍ଧ ହୋଇଥିଲା

କଳହ ଯୋଗୁ ପରିବାର ବି ଭାଙ୍ଗି ଯାଇ ଥିଲା

ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛୋଟ. ଛୋଟ କଥା ନେଇ କଳହ ହୁଏ

ଜନ୍ମ ଜନ୍ମ ର ସମ୍ପର୍କ ବିଛିନ୍ନ ହୋଇ ଯାଏ

ସମ୍ପତ୍ତି ପାଇଁ ଭାଇ ଭାଇ ରେ କଳହ ଲାଗଇ

ନିଜ ରକ୍ତ ବି ରକ୍ତ କୁ ପର କରି ଦିଅଇ

ଘରେ କଳି କିଛି ଲୋକ ଲଗାଇ ଦିଅନ୍ତି

ସୁନାର ସଂସାର ବି ଚୁନା କରି ପକାନ୍ତି

ଗଢି ଜାଣିଲେ ଘର ସୁନ୍ଦର କଥାଟି ଆଗରୁ ରହିଛି

ହେଲେ ସେ କଥା ଏବେ କିଏ ବୁଝୁଛି

ସୁଜ୍ଞାନୀ ଜନ କହି ଯାଇଛନ୍ତି ଘର କରିଥିଲେ ପଥର ପଡିଲେ ସହିବ

ହେଲେ କିଏ ଜାଣି ଥିଲା କ୍ରୋଧ ,ହିଂସା ରେ ପରିବାର ଭାଙ୍ଗି 

ଚୁନା ହେବ

ଶାଶୁ ବୋହୁ ଭିତରେ ଆଜି କଳହ

ହେଉଛି

କଟୁ ବଚନ ରେ ସବୁ ସମ୍ପର୍କ ଭାଙ୍ଗୁଛି

ଯେବେ ପରସ୍ଵର କୁ ଆମେ ବୁଝି ପାରିବା

ସୁଖ ଦୁଃଖ ଆମେ ବାଣ୍ଟି ପାରିବା

ମଧୁର ବ୍ୟବହାର ଯେବେ ରଖିବା

ପାରିବାରିକ କଳହ କୁ ରୋକି ପାରିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics