STORYMIRROR

Bedanta Bagarty

Abstract Tragedy Others

3  

Bedanta Bagarty

Abstract Tragedy Others

ପାରିବାର ପାଇଁ ପଦେ

ପାରିବାର ପାଇଁ ପଦେ

1 min
142

ଗୋଟେ ପରିବାର ଶାନ୍ତିର ମନ୍ଦିର 

ସ୍ନେହ ପ୍ରେମ ପ୍ରୀତି ବିଶ୍ବାସର ଘର

ରହିଥାଏ ଭାବ ଯଦି କର୍ତ୍ତବ୍ୟର

ସୁରକ୍ଷା ଇଚ୍ଛା ଶ୍ରଦ୍ଧାୟ

ସେହି ସ୍ଥାନତ ସ୍ବର୍ଗ ……..

ସୁଖ ଶାନ୍ତିର ବର୍ଷା ବରଷି ଯିବ ।।


ସଦସ୍ୟରେ ବନ୍ଧା ପଡେ ଯଦି ମନ

 ଶାସନକୁ ଲୁହ ବାଣ୍ଟେ ଜୀବନ

ଅନୁଶାସନକୁ ବାଧ୍ୟ କରି ନିଏ ମନ

ଗୁରୁ ଜନ ଓ ବଡଙ୍କୁ ଦେଇ ସମ୍ମାନ...

ହଁସ,ଖୁସିରେ ବିତେ ଜୀବନ ।।


ଛୋଟ ବଡ଼ ସମସ୍ତଙ୍କୁ ବାଧ୍ୟ ତା 

ଆଦେଶ ପାଳନ ଶ୍ରଦ୍ଧା ସୁମନ

ସେହି ପରିବାର ସୁଖ ଶାନ୍ତିରେ ବିତେ ଜୀବନ

ସେହି ଗୃହ ସ୍ବର୍ଗ ସମାନ………….

 କର୍ମ କର୍ତ୍ତବ୍ୟ ନିଷ୍ଠ ଲାଗେ ଦେହ ମନ ।।


ସୁସ୍ନେହ ଆଦରେ ଛୋଟଙ୍କୁ କରି ଶାସନ

କିଛି ଆବଶ୍ୟକ ଇଚ୍ଛାତାଙ୍କ ପୁରଣ

ସତକୁ ସତ କହି ମିଛକୁ ମିଛ ବଣ୍ଟନ 

ଆଦରରେ ଅତି…………

ଦେବା ନୀତି କିଛି ଶିକ୍ଷା ଭକ୍ତି।।


ପତି ପତ୍ନୀ ଦୁହେଁ ଗୋଟିଏ ଜୀବନେ

ଆଶାର ଭାବ ପ୍ରଦାନ ଭାବ ଛତ୍ରେ

ପରସ୍ପରକୁ ପ୍ରେମ ବାନ୍ଧେ

 ଶ୍ରଦ୍ଧା ଆଶଙ୍କାରେ ଶାନ୍ତି ମନ……….

ଅନ୍ଧକାରକୁ ଦୂରେଇ ଆକାଶେ ଜହ୍ନ ।।


କିଛି ସମୟରେ ଧୌର୍ଯ୍ୟକୁ ନହରାଇ

ଅନ୍ୟର ସକାଶେ ହଜି ନ ଯାଇ

ନିଜ ବୁଦ୍ଧି ବଳେ ସଜାଗ ହେଇ

ସୁନ୍ଦର ଚରିତ୍ର ନିଜ ପରିବାରକୁ ଦେଇ....

ପରିବାରର ମର୍ଯ୍ୟଦା ଦିଅ ବଢାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract