STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ପାର୍ବଣ

ପାର୍ବଣ

1 min
229


ପାର୍ବଣ ହିଁ ହୁଏ ପରିତ୍ରାଣ ଋତୁ

ଧରିତ୍ରୀ ପବିତ୍ର ହୁଏ

ବର୍ଷା ଋତୁ ହୁଏ ଆଗମନ ପୁଣି

ପ୍ରକୃତି ହିଁ ସ୍ବଚ୍ଛ ହୁଏ।୧।


ମାଆ ଆଗମନି ବାର୍ତ୍ତା ନେଇ ନଈ

ହୁଏ ପୂର୍ଣ୍ଣଗ୍ରଭା ତହିଁ,

ପବନର ତାଳେ ତାଳ ଦେଇ ପୁଣି

ସୁସଜ୍ଜିତ ହୁଏ ଯହିଁ।୨।


କାଶତଣ୍ଡୀ ହୁଏ ନୃତ୍ୟରତା ପୁଣି

ବର୍ଷା ଋତୁ ଆଗମନେ,

ସସାଗରା ହୁଏ ଧରଣୀଟି ପୁଣି

ଜ୍ୟୋସ୍ନା ପ୍ଲାବିତ ବର୍ଣ୍ଣେ।୩।


ଜଗତଜନନୀ ବିରାଜମାନ ହିଁ

ମଣ୍ଡପ ଉପରେ ତହିଁ

ସହର ଠାରୁ ସେ ଗାଆଁ ଗହଳିରେ

ଉତ୍ସବର ରଙ୍ଗ ଯହିଁ।୪।


ରଜ ପର୍ବ ପୁଣି ଉତ୍ସବ ସଂକ୍ରାନ୍ତି

ପୌରାଣିକ କଥା ତହିଁ,

ରଜବତୀ ହୁଏ ପବିତ୍ର ଧରଣୀ

ପୂର୍ବ ଇତିହାସ ଯହିଁ।୫।


ଗାଁଆ ଗହଳିରୁ ସହର ପ୍ରର୍ଯନ୍ତ

ଉତ୍ସାହର ଦୋଳି ଖେଳ,

ମଧୁର ସଙ୍ଗୀତ ଗୁଞ୍ଜି ଉଠେ ପୁଣି

ପାର୍ବଣର ଏହି ଖେଳ।୬।


ଚାଷୀ ଭାଇଙ୍କର ଚାଷର ପର୍ବଟି

ବସୁମତୀ ପଦେ ଧ୍ୟାନ,

ଜଗତଜନନୀ ରଜବତୀ ପୁଣି

ଚାଷୀ ଭାଇଙ୍କର ଧ୍ୟାନ।୭।


ହଳଲଙ୍ଗଳର କରନ୍ତି ପୂଜନ

ବସୁମତୀ ପ୍ରତି ଧ୍ୟାନ,

ଶସ୍ୟପୂର୍ଣ୍ଣ ହେଉ ପବିତ୍ର ଧରଣୀ

ମନସ୍କାମନାରେ ଧ୍ୟାନ।୮।


ଅରୁଣ ଷଷ୍ଠୀର ପବିତ୍ର ବ୍ରତ ହିଁ

ସଂକ୍ରାନ୍ତିର ଆର ଦିନ,

ପୁତ୍ରର ମଙ୍ଗଳା କାମନା ନିମନ୍ତେ

ମହିଳାଙ୍କ ବ୍ରତ ଦିନ।୯।


ସୂର୍ଯ୍ୟ ନାରାୟଣ ଷଷ୍ଠୀ ବ୍ରତ ଏହି

ପୁତ୍ରର ମଙ୍ଗଳ ପାଇଁ,

ବର ଗଛ ମୁଳେ ମହିଳାଙ୍କ ବ୍ରତ

ସୂର୍ଯ୍ୟଙ୍କ କଲ୍ୟାଣ ପାଇଁ।୧୦।


ପାର୍ବଣର ଦୃଶ୍ୟ ଗୌରବମୟ ହିଁ

ଭକ୍ତିପୂର୍ଣ୍ଣ ଉଭାସିତ,

ସୁସଜ୍ଜିତ ହେବ ପବିତ୍ର ଧରଣୀ

ଶସ୍ୟପୂର୍ଣ୍ଣ ବିରାଜିତ।୧୧।


ପାର୍ବଣ ହିଁ ହୁଏ ପରିତ୍ରାଣ ଋତୁ

ଧରିତ୍ରୀ ପବିତ୍ର ହୁଏ,

ବର୍ଷା ଋତୁ ହୁଏ ଆଗମନ ପୁଣି

ପ୍ରକୃତି ହିଁ ସ୍ବଚ୍ଛ ହୁଏ।୧୨।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational