Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance

4.5  

Debadatta Jena

Romance

ପାର୍ବଣ

ପାର୍ବଣ

1 min
185


ମିଛ ନୁହେଁ ପରା ଏ ସବୁ ସତ ଛବି 

ମାଟି ଅଗଣାରେ ଆଙ୍କୁଛି,

ମନର ରଙ୍ଗରେ ରଙ୍ଗେଇଲେ ଥରେ, 

ଅନୁଢ଼ା ରଙ୍ଗ ସେ ସାଜୁଛି,

ଶ୍ରାବଣୀ,ଏ ମିଛ ନୁହେଁ ସତ ଲାଗୁଛି,

ଏ ମୌସୁମୀ ରଙ୍ଗ ଲାଗେ ଅନୁପମ,

ରଙ୍ଗ ଫୁଆର ସେ ମାଖୁଛି,

ଏ ହୃଦୟ ରଙ୍ଗ ଲାଗି ଗଲେ ଥରେ,

ରଙ୍ଗ ମୂରୁଜ ସେ ବୁଣୁଛି..!

ଛବି ରାଣୀ,ଏମିତି ରଙ୍ଗ ସେ ଭରୁଛି,

ଆକାଶ ବୁକୁରେ ରଙ୍ଗର ରୋଷଣୀ,

ମେଘ ମହ୍ଲାର ତୋଳୁଛି,

ହଁ, ମେଘ ରାଣୀ..

ଏ ଧାରା ଶ୍ରାବଣ, ଆକାଶ ତୋରଣ,

ପାର୍ବଣ ମହକ ସାଜୁଛି,

ଛବି ନୁହେଁ ସେ ତ ସତରେ ଝରୁଛି,

ମୌସୁମୀ ସୁଗନ୍ଧ ବାଣ୍ଟୁଛି,

ଜୀବନର ରଙ୍ଗ ଏ ମନରେ ଲାଖୁଛି,

ଏ ମନ ପାର୍ବଣ ପାର୍ବଣ ବାସୁଛି..!



Rate this content
Log in

Similar oriya poem from Romance