Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance Classics Inspirational

4.0  

Debadatta Jena

Romance Classics Inspirational

ପାର୍ବଣ ମହକ

ପାର୍ବଣ ମହକ

1 min
165


ଏବେ ଏବେ ଆକାଶରେ ମେଘ ମେଦୁର ଶ୍ରାବଣ

ଶ୍ରାବଣ ତୋଳୁଛି ସତେ ମେଘର ମହ୍ଲାର

ତୁ ଆସିଲେ ଆକାଶରେ ଆସେ ପ୍ରାଣର ପ୍ରାଚୁର୍ଯ୍ୟ

ଐସୂର୍ଯ୍ୟର ପାରାବାରେ ସୌରଭ ସମ୍ଭାର !

ତୋ'ଆଗମନୀ ସମ୍ଭାଷଣେ ଏଇ ପାବନୀ ପାର୍ବଣ,

ସୁଗନ୍ଧରେ ଭରି ଉଠେ ଭୂ ଭୂମା ଠୁଁ ଅମ୍ବର

ଭରସାର ବାଦଲରେ ଏଇ ମୃଦୁ ମୂରୁଜ ମେଲଣ

ସୂରୁଜ ଵି ବୁଣେ ଆଣି ତା'ସୁନେଲି କିରଣ !

ତୋ'ଆଶାର ମେଖଳାରେ ଏଇ କାଶ ତଣ୍ଡୀ ତୃଣ,

ରୋମାନ୍ଥିତ ହୃଦୟରେ ବିଭୋର ବେଭାର

ତୋ ଶୃଙ୍ଗାର ସଂଯୋଜନେ ଶୁଭେ ଏ ଶଙ୍ଖ ନାଦ,

ପୁରି ଉଠେ ପୁର ପଲ୍ଲୀ ଭେରୀ ତୁରୀ ବାଦ୍ୟ !

ଶରତର ଏ ସୃଜନୀରେ ତ ସାଜେ ଶତ ଶତଦଳ,

ସରସୀର ସମ୍ମୋହନେ ଶୋଭେ ସତୃଷ୍ଣ ସଜଳ

ଶିଶିର ସାନ୍ନିଧ୍ୟ ଲଭେ ଧରଣୀର ହୃଦୟ ଅଧୀର,

ଶିହରୀତ ତନୁ ମନେ ସ୍ନିଗ୍ଧ ପ୍ରୀତିର ପୀୟୂଷ ! 

ତୋ ପ୍ଲାବନେ ପାବନୀ ଗୋ ମନ ପାର୍ବଣ ପାର୍ବଣ,

ତୋ ଛୁଆଁରେ ସୁରଭିତ ହୁଏ ପାର୍ବଣ ମହକ

ଆଶ୍ୱିନ ଆକାଶେ ସାଜେ ଶରଦ ପୁନେଇଁର ଜହ୍ନ,

ତୋରଣରେ ସୁସଜ୍ଜିତ ସତେ ପାର୍ବଣ ଚମକ ।


Rate this content
Log in

Similar oriya poem from Romance