STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ପାର୍ବଣ-୨୦୨୨

ପାର୍ବଣ-୨୦୨୨

1 min
367


କାଶ ଫୁଲ ବଳାହକବଳି ମାଳ

ମାଳ ଯହିଁ ଦେଖ ତହିଁ

ଆସିଛି ପାର୍ବଣ ମାଆ ଆସିଛନ୍ତି

ମରତ ଧାମେ ଓହ୍ଲାଇ ।


ନିବାରିବେ ଦାନବ ଶକତି

ପ୍ରଚରିଛି ଶୁଭ ଆଗମନୀ

ଧରାଧାମ ହେଲା ପାବନ

ଶବଦ ଶୁଭେ ଜୟ କାତ୍ୟାୟନୀ ।


ସିଂହ ପୃଷ୍ଠେ ବିଜେ ଆଦିମାତା

ହସ୍ତେ ତାଙ୍କ ଶଙ୍ଖ ଚକ୍ର ଧରି

ତ୍ରିଶୂଳାଦି ଅସ୍ତ୍ର ଶସ୍ତ୍ର ସହ ଉଭା

ମହିଷାସୁର ସଂହାରି ।


ଉଦ୍ଧରିବେ ଧରା ଭାର ସ୍ବାଗତିକା

ଧ୍ୱନିରେ ପୂର୍ଣ୍ଣ ଜଗତ

ଦେବ ନର ନାଗ ଗନ୍ଧର୍ବ କିନ୍ନର

କରନ୍ତି ସ୍ତୁତି ବହୁତ ।


ଜୟ ନାରାୟଣୀ ପରମ କଲ୍ୟାଣୀ

ଶିବେ ସର୍ବାର୍ଥ ସାଧିନୀ

ସରବ ମଙ୍ଗଳକାରିଣୀ ଜନନୀ ଜୟ

ମା ସିଂହ ବାହିନୀ ।


ଶରଣବତ୍ସଳା ତ୍ରିଅମ୍ବିକେ ଗୌରୀ

ଦୀନ ଆର୍ତ୍ତ ନିବାରିଣୀ

ସକଳ ଜନଙ୍କ ଦୁରିତ ନାଶିନୀ

ମାତା ଅଭୟ ଦାୟିନୀ ।


ସୃଷ୍ଟି ସ୍ଥିତି ଲୟ କାରଣ ତୁହି ମା

ଯୋଗାରୂଢ ମହାମାୟୀ

ଶକତି ଭକତି ମୁକତି ଦାୟିନୀ

ବରାଭୟଦାତ୍ରୀ ତୁହି ।


ପାର୍ବଣରେ ମାତା ବରଷେ ବରଷେ

ଆସୁଥାଅ ଅବତରି

ସଂସାରର ପାପ ତାପ ନାଶି ମାତ

କଲ୍ୟାଣ କର ସବୁରି ।


ତୁମ ଆଗମନେ ତୁମ ଦରଶନେ

ଲଭି ତୁମ କୃପା ବାରି

ମାନସ ନିର୍ମଳ ହେଉ ମା ଆମର

କଳମଷ ନିଅ ହରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational