STORYMIRROR

Akshayakumar Dash

Classics

3  

Akshayakumar Dash

Classics

ପାରା ଯୋଡି

ପାରା ଯୋଡି

1 min
213

ପାରା ଯୋଡି ଦିନେ ଆସିଗଲେ ଉଡି

ଗଛରେ ବସିଲେ ଯାଇଁ

ଦୁଇପାରା କଥା ହୋଇଲେ ଗଢିବେ

ବସାଗୋଟି ନିଜ ପାଇଁ


ମାଆ ପାରା ବୋଲେ ପୁରୁଷ ପାରାକୁ

ଆଣି ଦିଅ କୁଟା କାଠି

ବସା ଟିଏ ଦୁହେଁ ଗଢ଼ିଦେବା କହେ

ହେଉ ପଛେ ଝାଟିମାଟି


ଅଳପ ଦିନରେ ଅଣ୍ଡାଦେବି ଆଉ

ଉଷୁମେଇ ହେବ ଛୁଆ

ବାସଟିଏ ଥିଲେ ବିପଦ ନଥିବ

ନପଡି ହୋଇବ ଥୁଆ


ଉଡିଯାଏ ଧରିଆଣେ କାଠିକୁଟା

ଥଂଟରେ କାମୁଡି ପାରା

ମାଆପାରା ବସା ଗଢୁଥିଲା ଖଞ୍ଜି

ଦେଇ କୁଟାକାଠି ସାରା


ପାରାଯୋଡି ଦେଲେ ଗଢ଼ି ବସାଟିକୁ

ଖୁସିରେ ବସିଲେ ତହିଁ

କୁନାକୁନି କାଲି କୋଳକୁ ଆସିବେ

ରହିବାକୁ ଥାନ ଯହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Classics