STORYMIRROR

K. Nirmal

Inspirational

3  

K. Nirmal

Inspirational

ପାପୀ ମଣିଷ

ପାପୀ ମଣିଷ

1 min
13.5K


ଆଖିର ସାମ୍ନାରେ ଦୁର୍ଘଟଣା ଦେଖି

ପଛ ଘୁଞ୍ଚା ଦିଏ ଯିଏ

ପରି ସମାପ୍ତିରେ ଅଵଶୋଷ ହୋଇ

ନିଜକୁ ଧିକ୍କାରେ ସିଏ

ଅକାଳରେ ଯଦି ସେଇ ଦୁର୍ଘଟଣା

ନିଜ ପରିବାରେ ହୁଏ

ସେଇ ମଣିଷଟି ଚୁପ ନ ରହି କି

ମେଡ଼ିକାଲ ନେଇ ଯାଏ


ସାହାଯ୍ୟ ସକାଶେ ଡାକ୍ତର ପୋଲିସି

ହାତ ଗୋଡ଼ ଯାଇ ଧରେ

କାଲି ସେଇ ଲୋକ ଅଣ ଦେଖା ଥିଲା

ଆଜି ତାହାକୁ ଦେଖରେ

ଏଇ କଥା ଯଦି ଭାବିଥାନ୍ତୁ ମନେ

ସର୍ବେ ରୁହନ୍ତେ ପାଖରେ

ନିଜ ପରିବାର ଯେମିତି ଦେଖୁଛୁ

କେହି ବି ଭିନ୍ନ ନୁହେଁରେ ।


କେ.ନିର୍ମଳ

ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational