STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ପାପୀ ମାନଙ୍କର ପାପରେ

ପାପୀ ମାନଙ୍କର ପାପରେ

2 mins
346


  ପାପୀ ମାନଙ୍କର ପାପରେ

     ଧରା ଆଜି ଭାରାକ୍ରାନ୍ତ

  ତପୀ ମାନେ ଏବେ 

 ପାପୀଙ୍କ ଯୋଗୁଁ ହେଉଛନ୍ତି ହନ୍ତସନ୍ତ ।


 ପାପ ପୁଣ୍ୟର ନାହିଁ ତ ଆଉ ବିଚାର

 ତପୀ ପାଏ ଦଣ୍ଡ ପାପୀ ପାଏ ପୁରସ୍କାର

 ଧନ୍ୟ ଆମ ନୀତି ଆଦର୍ଶ 

  ଧନ୍ୟ ଆମ ସଂସ୍କାର ।


  ପାପ ପାଶେ ଆଜି ପୁଣ୍ୟ ବନ୍ଧା ପଡେ

   ଧର୍ମାତ୍ମା ଏବେ କାରାଗାରେ ସଢେ

   ଦିନୁ ଦିନ ଏବେ ପାପ ଭାର ବଢେ

  ଆଇନ୍ ଆଖିରେ ପଟି ବାନ୍ଧି

   ଆମ ଏ ସମାଜ ଆଗକୁ ବଢେ ।


  ନ୍ୟାୟ ଏଠି ଅନ୍ୟାୟ

   ଅନ୍ୟାୟ ଟା ଏଠି ନ୍ୟାୟ

  ନୀତି ନୈତିକତା ଆଉ

    କିଛି ନାହିଁ ପ୍ରାୟ

  ବାପକୁ ମାରୁଛି ପୁଅ

  ପୁଅ ହାତେ ଏଠି ବାପ ମୃତ୍ୟୁ ହୁଏ

   ଶାଶୁଘରେ ପାଏ ଦଣ୍ଡ ଝିଅ 

   ହାୟରେ ସମାଜ ହାୟ ।


  ସମ୍ବିଧାନ ଗଢା ସମ ବିଧାନ ପାଇଁ

   ସ୍ୱଚ୍ଛଳ ବର୍ଗ ବିଧି ବିଧାନରେ

    ବିଧା ମାରନ୍ତି ଯାଇ

   ଯା ବାପ ଥରେ ଚଢିଲା ଘୋଡା

   ତା ପୁଅ ହେବାକୁ ଚାହିଁଲା

      ତା ଠୁ ବଡ ଥୋଡା

   ନେତା ପୁଅ ଏଠି ନେତା ହୁଏ ଭାଇ

    ମନ୍ତ୍ରୀ ପୁଅ ମନ୍ତ୍ରୀ ଯନ୍ତ୍ରୀ ପୁଅ ଯନ୍ତ୍ରୀ

    ଡାକତର ପୁଅ ଡାକତର ହୁଅଇ

    ମିଛ ଲାଞ୍ଚ ଘୋଷ ଦେଇ।


   ପୋଲ ଭାଙ୍ଗେ ପୁଣି ଅଦିନରେ ଏଠି 

     ଲାଞ୍ଚ ଦିଆ ଯନ୍ତ୍ରୀ ପାଇଁ

  ରୋଗୀ ମରେ ପୁଣି ରୋଗ ଶଯ୍ୟାରେ

  ଏ ଅପାରଗ ଲାଞ୍ଚ ଦିଆ ଡାକ୍ତରଙ୍କ ପାଇଁ

  ମଣିଷ ଚାହୁଁଛି ଆଜି ତ କିଣିବ 

   ଜ୍ଞାନ ବୁଦ୍ଧି ବିଦ୍ୟାକୁ ପଇସା ମୁଣିଟି ଥୋଇ ।


   ଅର୍ଥ କ୍ଷମତା ବଳରେ ମଣିଷ

     ହୋଇଯାଏ ଅମଣିଷ

   ଅର୍ଥ ବଳରେ ସବୁ କିଣିବାକୁ

     ଚାହୁଁଛି ଆଜିର ମଣିଷ

   ଝିଅ କରୁଛି ପୁଅ

   ଲିଙ୍ଗ ପରିବର୍ତ୍ତନ କରୁଛି ମଣିଷ

    ପ୍ରକୃତି କୁ କରୁଛି କ୍ଷୟ ।


   ଭୃଣ ହତ୍ୟା କରି କନ୍ୟା ସନ୍ତାନ ମାରଇ

    ବୁଝେନା କିଛି ଭଲ ମନ୍ଦ

   ପରିବାର ପରିବେଶ ର 

    ସନ୍ତୁଳନ ଓ ସୁରକ୍ଷା କୁ ଭୁଲି

     ଖାଲି ସ୍ଵାର୍ଥରେ ହେଉଛି ଅନ୍ଧ।


   ନିଶା ଖାଇ ଆଜି ମଣିଷ ମାତାଲ୍

  ବୁଝୁନି ପରିବାର ପରିବେଶ ହାଲଚାଲ୍

   ସମାଜେ ଉପୁଜେ ବିଶୃଙ୍ଖଳା

      ପୁଣି ସମାଜଟା ଗୋଳମାଳ

   ଟିକସ ପାଇଁ ସରକାର ନୀରବ

   ମଦମାଫିଆ, ମନ୍ତ୍ରୀ, ନେତା

     ହୁଅନ୍ତି ତ ମାଲାମାଲ୍ ।


  ଝିଅ ବୋହୂ ଏବେ ନୁହନ୍ତି ତ ସୁରକ୍ଷିତ 

   ଆଇନ୍ କାନୁନ୍ ସବୁ 

   କ୍ଷମତାଶାଳୀ ଙ୍କ ଦ୍ଵାରା କବଳିତ 

   ପାପୀ ମାନଙ୍କର ପାପରେ

    ଧରା ଆଜି ଭାରାକ୍ରାନ୍ତ

    ତପୀ ମାନେ ଏବେ

  ପାପୀ ଙ୍କ ଯୋଗୁଁ ହେଉଛନ୍ତି ହନ୍ତସନ୍ତ।


   ପାପୀ ଏବେ ମୁଖିଆ

  ଲୁଚିଛପି ବଞ୍ଚୁଛନ୍ତି ପରା ସନ୍ଥ

  ସତ୍ୟ ଉପରେ ରାଜୁତି କରେ ଅସତ୍ୟ

   ଲାଞ୍ଚ ମିଛେ ଏବେ ଦୁନିଆଁ ଚାଲିଛି

    ପାପୀ ମାନଙ୍କର ପାପରେ

       ଧରା ଆଜି ଭାରାକ୍ରାନ୍ତ ।


    

     

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract