STORYMIRROR

Prabhanjana Tripathy

Inspirational

4  

Prabhanjana Tripathy

Inspirational

ପାପ ହରି

ପାପ ହରି

1 min
395


ମଶାଣି ଜୁଇରେ ଜଳିବ ଶରୀର,

ଯାହା ପାଇଁ ଏତେ ଭାବୁ,

ଭଲ କର୍ମ କରି ଯଶ କୀର୍ତ୍ତୀ ରଖି,

ବିଦାୟ ନିଅ ତୁ ଭବୁ ।।


ଆନନ୍ଦ ବଜାର ବସିଛି ସଂସାରେ,

ନିଅ ଆନନ୍ଦର ମଜା,

ମର୍ତ୍ତ୍ୟପୁର ଛାଡି ସ୍ୱର୍ଗକୁ ଗଲେ,

ଉଡାଇ ପାରିବ ଧ୍ୱଜା ।।


କାଳକୁ କଳଙ୍କ ନ ବୋଲାଇ ହୁଅ,

କୀର୍ତ୍ତିବନ୍ତ ମହା ଦୃମ,

ପୂର୍ବ ପୁରୁଷ ର ଇତିହାସ ଟେକି,

କରିଚାଲ ନୂଆ କର୍ମ ।।


ମୁକ୍ତ କର ମନୁ ପାପି ମନବୃତ୍ତି,

ଗୁପ୍ତ କର ପୂଣ୍ୟ କାମ,

ଗୁପରେ ଗୁପ୍ତରେ ପୂଣ୍ୟ ଅର୍ଜିଲେ,

ମୃତ୍ୟୁ ପରେ ମିଳେ ନାମ ।।


ଧନ ଅର୍ଜନେ ଧର୍ମ କର୍ମ କର,

ଧରମେ ପାଇବ ହରି,

ସୁକର୍ମ ଫଳ ସର୍ବଦା ସୁଫଳ,

ପାପ ହରି'ନେବେ ହରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational