STORYMIRROR

Ajaya Mahala

Inspirational Tragedy

2  

Ajaya Mahala

Inspirational Tragedy

ପାପ ଛୁଁ ଥିବା ମନଟିକୁ

ପାପ ଛୁଁ ଥିବା ମନଟିକୁ

11 mins
13.9K


ବୋଉ ଲୋ

ଏଠି ସବୁ ଭଲ

ମୁଁ କାନ୍ଦୁନି

ସବୁ ମିଳିଯାଉଛି 

ମୋତେ ସହଜରେ

ଧାଡ଼ିରେ ଠିଆ ହେବାକୁ ପଡୁନି ମୋତେ

ଶ୍ରାବଣର ଝଡ଼ିରେ 

ଅବା ଅମାବାସ୍ୟା ଅନ୍ଧାରରେ

ଗୋଡ କାଢୁନି ମୁଁ

ଅସହାୟ ହୋଇ ଛିଡା ହେଉନି

ଅପନ୍ତରା କେଉଁ ଅଜଣା ରାଇଜେ

ଶୁଣିବାକୁ ପଡୁନି ମାଲିକର ଗାଳି 

ଏକୁଟିଆ ନୁହେଁ ମୁଁ

ମୋ ଚାରିପଟେ ମୋ ଅନେକ ନୂଆ ସାଙ୍ଗ

ଏଠି ନାହିଁ ବିଡି ସିଗାରେଟ

ଭଣ୍ଡ ତାନ୍ତ୍ରିକ ଓ ବାବା

ମନକୁ ବଶ କରିନେଉଥିବା କେଉଁ କୁହୁକିନୀ

ଗାଡି ଘୋଡା ଡର ନାହିଁ

ପିଚୁ ଉପରକୁ ନ ଚଢି ମୁଁ ବାଟ ଚାଲୁଛି 

ମୁଁ ଫେରି ଆସୁଛି ସଅଳ 

ରାତିରେ ଘରକୁ 

ଏଠି ବାତ୍ୟା ନାହିଁ

ଏଠି ବନ୍ୟା ନାହିଁ

ଅଜଣା ରୋଗରେ ମରୁଥିବା ଖବରରେ

ମୋ ସହରର ନାଁ ନାହିଁ

ମା' ଲୋ

ତୁ ଗଲା ପରେ

ମୁଁ ଜିଇଛି

ତୋର ସେହି ବାରମ୍ବାର 

ପାପ ଛୁଁ ଥିବା ମନଟିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational