STORYMIRROR

Santanu Bisoi

Fantasy

3  

Santanu Bisoi

Fantasy

ପାଞ୍ଚ ପ୍ରକୃତି।

ପାଞ୍ଚ ପ୍ରକୃତି।

1 min
445

ବିଶ୍ୱାସୀ ମଣିଷ ଖୋଜିବାକୁ ପଡେ

ମିତ୍ର,ବନ୍ଧୁ, ବନ୍ଧା ପାଇଁ

ଅବିଶ୍ୱାସୀ ମିତ୍ର ବିଶ୍ୱାସ ଘାତକ

ବଞ୍ଚି ପାରିବୁକି ନେଇ।।


ନିଃସ୍ୱାର୍ଥ ସମ୍ପର୍କ ଅନାବିଳ ସ୍ନେହ

ମଲାଯାଏ ଥାଏ ରହି

ସ୍ୱାର୍ଥସାଧାନାନ୍ତେ ସ୍ୱାର୍ଥପର ଚଳେ

ଅନ୍ଧାରକୁ ଠେଲିଦେଇ।।


ଉତ୍କୃଷ୍ଟ ଜୀବନ ସାଥୀଟିଏ ପାଇଁ

ପୁରୁଷ,ନାରୀ ପାଗଳ,

କପାଳ ଆଦରେ ଦୁଷ୍ଟ ଲଭେ ଯିଏ

ନିତ୍ୟ ଲଭି କଳିଗୋଳ।।


ଏ ହାତର କଷ୍ଟ ସେ ହାତ ନିଏନି

କଷ୍ଟେ ହିଁ ଜୀବନ ନଷ୍ଟ,

କଷ୍ଟ ଭାଗିଦାର ଦୁନିଆଁରେ ସାର

ହରେ ଯେ'ଅନ୍ୟର କ୍ଳିଷ୍ଟ।।


ନିଷ୍ପାପ ମନଟେ ଖୋଜିଲେ ମିଳେନି

ନିଷ୍କପଟ ହିଆ କାହିଁ?

ଏ ପାଞ୍ଚ ପ୍ରକୃତି ଯା'ଠାରେ ଲଭିବୁ

ରଖିବୁ ହୃଦେ ସଜାଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy