ପାଞ୍ଚ କ ପଣକିଆ ଗୀତ
ପାଞ୍ଚ କ ପଣକିଆ ଗୀତ
ପାଞ୍ଚ ଏକେ ପାଞ୍ଚ,
ଏ ଗାଁ'ର କିଏ ସରପଞ୍ଚ l
ପାଞ୍ଚ ଦୁଗୁଣେ ଦଶ,
ଯିବା ତାଙ୍କ ପାଖକୁ ଆସ l
ପାଞ୍ଚ ତିରିକି ପନ୍ଦର,
କହିବା ତାଙ୍କୁ ଶୁଭ ଖବର l
ପାଞ୍ଚ ଚଉକୁ କୋଡିଏ,
କାଲି ଲୋଡ଼ା ମାଛ ଗାଡ଼ିଏ l
ପାଞ୍ଚ ପଞ୍ଚା ପଚିସି,
ବାହା ହେଉଛନ୍ତି ମାମୁଁ ବଇଁଶୀ l
ପାଞ୍ଚ ଷୋକୋ ତିରିଶି,
ମାଛ ଗଡ଼ିରେ ଯିବ ଭାସି l
ପାଞ୍ଚ ସତା ପଞ୍ଚ ତିରିଶି,
ଟଙ୍କା ମିଳୁଛି ଲକ୍ଷେରୁ ବେଶୀ l
ପାଞ୍ଚ ଅଷ୍ଟା ଚାଳିଶି,
ମୋ ମାମୁଙ୍କର ମନ ଭାରି ଖୁସି l
ପାଞ୍ଚ ନୂଆଁ ପଞ୍ଚ ଚାଳିଶି,
ତାଙ୍କର ଶଳା ଶାଳୀ ବେଶୀ l
ପାଞ୍ଚ ଦଶା ପଚାଶ,
ତାଙ୍କ ବାହାଘର ଆଜି ଶେଷ l
