ପାନ୍ଥଶାଳା
ପାନ୍ଥଶାଳା
ଦେହତ ମୋହର ଚାରୁଚିତ୍ର କଳା
ଗୋଲାପ ରଙ୍ଗର ନାଲି
ହୃଦୟ ମୋହର ପାନ୍ଥଶାଳା ଟେ
ଦରଯା ଦେଇଛି ଖୋଲି !
ସ୍ବପ୍ନର ନୁହେଁ 'ମୁଁ ବାସ୍ତବର ଫୁଲ
ମହକାଏ ତନୁ ମନ
ନିଜର ନୁହେଁ 'ମୁଁ ଅନ୍ଯର ଖୁସିରେ
କାଟେ ମୋର ରାତି ଦିନ !
କି'ପାଇଁ ଗଢିଛି ମୋତେ ଯେ ଇଶ୍ବର
ଏ'କି ତାର ବିଡମ୍ବନା
ଛୁଇଁଲେ ଦେଖିଲେ ପାଖେ'କେ ବସିଲେ
କେମିତି କରିବି ମନା !
ଅତିଥି ମୋ ପାଇଁ ଇଶ୍ବରଙ୍କ ସମ
ପର୍ଯ୍ଯଟକ ରୂପେ ଆସି
ଭସାଇ ଦେଇଛି ଜନ ସାଗରରେ
ନିଜକୁ 'ମୁଁ ହସି ହସି !
