STORYMIRROR

Debabrata Jena

Tragedy

2  

Debabrata Jena

Tragedy

ପାନ୍ଥଶାଳା

ପାନ୍ଥଶାଳା

1 min
13.6K


ମୁଁ ପାନ୍ଥଶାଳା.....

ରଖିନି କାହାରି ଠିକଣା

କେତେ ହଜିଗଲେଣି

କେତେ ହଜି ବି ଯିବେ

ଆଉ କେତେ ଆସୁଥିବେ

କିନ୍ତୁ ମୁ ମୋ ପରିଚୟ ହଜେଇ ପାରିନି

ଅନ୍ୟ ପରିଚୟକୁ ନିଜେ ହଜେଇ ସୁଖ ବାଣ୍ଟେ

ଚାଲେ ଦିନ ମାସ ବର୍ଷ ପାଇଁ

କେତେ ଆସନ୍ତି

କେତେ ଯାଆନ୍ତି

ସ୍ୱପ୍ନ ସାଗରରେ ନୀଳ ଆକାଶର କାନଭାସରେ ସ୍ମୃତି ସବୁକୁ ଆଙ୍କି ଚାଲନ୍ତି

ମୁ ତ କେଵଳ ମୂକସାକ୍ଷୀ

ସେ ଅତୀତ, ବର୍ତ୍ତମାନ ,ଆଉ ଭବିଷ୍ୟତ ପାଇଁ

ଯୁଗ ଯୁଗ ପାଇଁ ...

ଜନ୍ମ ଜନ୍ମ ପାଇଁ.....

ବିଲୁପ୍ତ ସଭ୍ୟତା ପାଇଁ,

ପରିବ୍ୟାପ୍ତ ସମାଜ ପାଇଁ

ସମ୍ଭାବନାର କୁହୁଡ଼ିରେ ପହଁରି ପହଁରି ସମସ୍ତେ ଆଜି ଭାରାକ୍ରାନ୍ତ

ନିଜ ସତ୍ତାର ଅସ୍ତିତ୍ବ ହରେଇ ଦେଲେଣି

ମାତ୍ର ଏକା ମୁ ଅଛି ....ଥିବି....

ଆଉ ସାଉଁଟି ଚାଲୁଥିବି

ସ୍ମୃତିକୁ.....

ମନର କଳ୍ପନାକୁ....

ହୃଦୟର ଆବେଗକୁ...

ପ୍ରାଣର ଅସଂଯମତାକୁ....

ମୁଁ ପାନ୍ଥଶାଳା

ରଖିନି କାହାରି ଠିକଣା ।।

.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy