Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Classics

4.0  

Puspanjali Panda

Classics

ପାଖରେ

ପାଖରେ

1 min
12K


ତମେ ମୋର ପାଖେ ଥିଲେ

ଅନ୍ତରଙ୍ଗତା ଟିକେ ବଢି ବଢିଯାଏ

ଆହୁରି ଭର୍ତ୍ତି ହୋଇଯିବାକୁ ମନ ଚାହୁଁ ଥାଏ ।

ଅପଲକ ଆଖି ପତାରେ ମୋର

ତୁମକୁ ପାଇବାର ଇଚ୍ଛା

ଆହୁରି ଭରିହୋଇଯାଏ ।

ମନ ଖୋଜୁଥାଏ ଖାଲି ଦେଖିବାକୁ

ତୁମ ମନ ତଳର ଇଲାକା

ଦେଖାଇ ବି ପାରେନାହିଁ ,

ଏକାସାଥେ ରହିଅଛେ

 ଏକାସାଥେ ବସିଅଛେ 

ଏକାସାଥେ ଆଗେଇଛେ

ହାତରେ ନଥାଉ ପଛେ

ନୂଆ ଏକ ରାଇଜ ପତାକା

ନ ଥାଉ ପଛେ ପାଖରେ ଅସୁମାରୀ ଆଶା

ତମେ ଅଛ ମୁଁ ଅଛି ।

ମାଟି ଓ ଆକାଶ ପରି 

ସମୟ ତ ତା ବାଟରେ 

ଯାଉଅଛି ବିତି।

ଡେରି କରନାହିଁ ।।

ଆହୁରି ପାଖକୁ ଲାଗି ଚାଲିଆସ

ଦେଖ ଏଠି ସମୟର ଚୋରାବାଲି

ଜୀବନ ,ଯୌବନ ,ବୟସ

ନେଉଛି ଛଡାଇ।।



Rate this content
Log in

Similar oriya poem from Classics