STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ପାହିଲାଣି ରାତି

ପାହିଲାଣି ରାତି

1 min
200

ସିନ୍ଦୂରା ଫାଟିଲା ରାତି ତ ପାହିଲା

ଉଠ ଉଠ ପିଲେ ଉଠରେ,

ପୂରୁବ ଆକାଶେ ଉଇଁଲେଣି ରବି

କରଁନାହିଁ ଆଉ ମଠରେ


କଅଁଳ କିରଣ ଛୁଉଁଛି ମାଟିକୁ

ହସେ ବନ ଲତା ଝରଣା,

କିଚିରିମିଚିରି ଶବଦରେ ସୁରେ

କୋଳାହଳ ମାଟି ଅଗଣା


ଫୁଲ ବଗିଚାରେ ଗହଳ ଚହଳ

ପରଜାପତିଙ୍କ ମେଳଣ ,

ଶୀତଳ ପବନ ଗାଇଲାଣି ଗୀତ

ଶୁଭୁଛି ବିଭୁଙ୍କ ଭଜନ


ମଥାନ ଉପରେ ଡାମରା କାଉର

କା' କା' ରାବ ଶୁଭୁଛି,

ବାସି ବିଛଣାର ମୋହ ଛାଡିବାକୁ

ସବୁଜ ସଙ୍କେତ ଦେଉଛି


ଉଠ ଉଠ ପିଲେ ସଅଳ ସଅଳ

ଖୋଲା ପବନରେ ବୁଲରେ,

ସକଳ ବ୍ୟାୟମ ଦେହ ପାଇଁ ହିତ

ମନେ ମନେ ଟିକେ ହେଜରେ

 

ଦେହ ମନ ତୁମ ରହିବ ସତେଜ

ରୋଗ ଯିବା ସିନା ଦୂରେଇ,

ହୃଦୟ ତୁମର ହୋଇବ ନିର୍ମଳ 

ଚାଲୁଥିବ ବାଟ ହସେଇ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract