STORYMIRROR

Ranjit Sahu

Fantasy Others

4  

Ranjit Sahu

Fantasy Others

ପାହାନ୍ତି ସ୍ଵପ୍ନ

ପାହାନ୍ତି ସ୍ଵପ୍ନ

1 min
238

ପାହାନ୍ତି ପ୍ରହରେ କେବେ କେବେ ଥରେ,

ସ୍ଵପ୍ନଟିଏ ଦିଶେ ଭଙ୍ଗା ନିଦରେ I 

ସତ ହେବ ବୋଲି ଆଶା ଭରେ ମନେ,

ସ୍ପନ୍ଦନ ଟିକିଏ ବଢ଼େ ହୃଦରେ I 

ପୁଷ୍ପିତ ବସନ୍ତେ ବନ ପଥ ଧାରେ,

କୁସୁମ ସଜିତ କେଶ ବିନ୍ୟାସ,

ବସିଥାଏ ଧରି ମୌନତା ଅଧରେ,

ସତେ ଯେମିତି ତାହାର ଅଭ୍ୟାସ I 

ଡାକ ଦେଇ ତାକୁ ନାମ ଜାଣିବାକୁ,

ଉଚ୍ଛନ ହୁଏ ଭାବଭରା ମନ,

ବର୍ଜିତ ହେବାର ଭୟ ଖେଳେ ହୃଦେ,

ଭଗ୍ନ ହେବ ଭାବେ ଇପ୍ସିତ ସ୍ଵପ୍ନ I 

ଅଳସୀ ଶେଜର ଉଷ୍ଣତା ଆଦରି,

ଆଉ କିଛି କ୍ଷଣ କରେ ପ୍ରୟାସ, 

କାଳେ ଚାହିଁ ଦେବ ଫେରିକି ରୂପସୀ,

ହେବ ତାହାର ରୂପର ଆଭାସ ! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy