Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Children

2  

Anita Dash

Abstract Children

ପାହାନ୍ତି ପହର ବର୍ଷା

ପାହାନ୍ତି ପହର ବର୍ଷା

1 min
161



ପାହାନ୍ତି ଅସରା ବରଷା କରୁଛି

ପ୍ରକୃତିକୁ ଆଲିଙ୍ଗନ,

ଖୁସିର ଉଚ୍ଛ୍ୱାସେ ନିଶ୍ୱାସରେ ତାର

ମନ୍ଦ ମନ୍ଦ ସମୀରଣ । [୧]

ରିମିଝିମି ମିଠା ସୂର ତୋଳେ

ତାର ପହୁଡର ଗୁଂଜରଣ,

ଝିଙ୍କାରି ଶବଦ, ଭେକର ନିନାଦ

ଜଗାଏ ପଂଚମ ତାନ । [୨]

ସମୀର ଛନ୍ଦରେ କୁସୁମ ପଲ୍ଲବ

ବିମୋହିତେ ନୃତ୍ୟେ ରତ,

ଉଦାସିଆ ଭାବ ଭୂଲି ତାଙ୍କ ସହ

ଝୁମିବାକୁ କହେ ଚିତ୍ତ । [୩]

ବାଡି ବଗିଚାର ଖାଲ ଖମା ପୂରି

ତାଜା ବରଷାର ଜଳେ,

ଟିପି ଟିପି ବିନ୍ଦୁ ସୁନ୍ଦର ସତେଜ

ତରଙ୍ଗ ବଳୟ ତୋଳେ । [୪]

କଳା ଧଳା ମିଶା ଆକାଶେ ଖେଳୁଛି

ଧୂଆଁଳିଆ ଆସ୍ତରଣ,

ତମସାର କଳା ପରଦା ଫାଙ୍କରୁ

ପ୍ରଭାତର ଆଗମନ । [୫]

ତରୁରାଜି ଝଙ୍କା ଉହାଡୁ ଉଡନ୍ତି

ଧବଳ ବକ'ର ପଲ ,

ନଭେ ଝୁଲୁଛିକି ମାଳ ମାଳ ହୋଇ

ରଜନୀଗନ୍ଧାର ଫୁଲ !! [୬]

ଅନିଶ୍ଚିତତାର ବୁକେ ଶୁଭ ସତ

ସପନର ଗୁଂଜରଣ,

ଖିଆଲି ଅନୂଢା ମନରେ ଜଗାଏ

ତାଜା ତାଜା ଶିହରଣ । [୭]

ସେନେହ ଜଡେଇ ଧରଣୀ, ସ୍ୱାଗତ

କରୁଛି ନୂଆ ସକାଳ,

ଦିନଟା ସଭିଙ୍କ କୁଶଳରେ ଯାଉ

ଖୁସିରେ ରହୁ ସଂସାର । [୮]


Rate this content
Log in

Similar oriya poem from Abstract