STORYMIRROR

Gouranga Charan Beura

Classics

4  

Gouranga Charan Beura

Classics

ପାହାଡିକନ୍ୟା

ପାହାଡିକନ୍ୟା

1 min
307


ପାହାଡ କୋଳରୁ  ପ‍ାଦ ଥ‍ାପି ଧିରେ

    ନବ ବଧୂ ରୂପ ଧରି,

ସ୍ୱଛ ଜଳ ଧାରେ  ଆସେ ଧରାପରେ

    ଅଂକାବଂକା ପଥଚାରୀ ॥

ଦେବଦାସୀ ସାଜି   ବନ୍ଧୁର ଶିଳାରେ

     ବନ୍ଦାଇ ଧରଣୀ ବକ୍ଷ,

ସ୍ରୋତସ୍ୱିନୀ ସାଜି  ଘଂଚ ବନାନୀରେ

     ଧରେ ଜୀବନର ଅକ୍ଷ ॥

ମୃଗୁଣୀ ଶାବକ   ତରଂଗେ ନଚାଇ

     ଉପମା ରାଣୀ ଜଗତେ,

ବିମୋହନ ତାର  ସୈାନ୍ଦର୍ଯ୍ୟ ସମ୍ଭାର

    ସାଗରେ ମିଶିବା ହିତେ ॥

ବିପଣୀ ମାଳାରେ   ବିଜନ ଖଳାରେ

     ତଟେ ରଚି ବୃନ୍ଦାବନ,

ଧରଣୀ ମାଆର    ଗଳାହାର ସାଜି

     ମଂଜୁଳ କରେ ଭୂବନ ॥

କଳକଳ ନାଦେ    ଗିରୀବନ ପଦେ

     ବଜାଇ ଶଂଖ ମହୁରି,

ଓଦା ସରସର   କୁଆଁରୀ ଟେ ସାଜି

     ରୂପ ରଚେ ଅସୁମାରୀ ॥

ଶଇଳ ନନ୍ଦିନୀ    ଚିତ୍ତ ବିନୋଦିନି

     ପ୍ରକୃତିର ରାଜଜେମା,

ଉପମା ଜଗତେ    ମର୍ତ୍ତ୍ୟପୁର ରମ୍ଭା  

     ଆଭୁଷଣେ ସେ ଲଳନା ॥

କୁମାରୀ ରୂପରେ    ଜନମ ନେଇଣ

     ମିଶିଯାଏ ପାରାବାରେ,

ପଶୁ ପକ୍ଷୀ ଜୀବେ   ଦୟାଭାବ ବହି

     ଯଶ ରଖେ ଅବନୀରେ ॥



Rate this content
Log in

Similar oriya poem from Classics