STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ପାହାଡ

ପାହାଡ

1 min
176


ସୃଷ୍ଟି ପ୍ରାରମ୍ଭରୁ ବର୍ତ୍ତମାନ ଯାଏ

ପାହାଡ ତୁମେ ଅଖଣ୍ଡ ଦଣ୍ଡାୟମାନ

ସୂର୍ଯ୍ୟଙ୍କ ଲେଳୀହାନ ଶିଖାର ଅସ୍ତିତ୍ବ 

ତୁମ ମଥାନରୁ ପ୍ରାୟ ସ୍ପଷ୍ଟ ବାରି ହୁଏ!!


ଘନ ବନାନୀ ଘେରା ଅମୂଲ୍ୟ ସମ୍ପଦ

ବହି ଆସେ ନିର୍ଝରଣୀ ଝରଣା ଧାର

ନଦ ନଦୀ ଅଙ୍କ ବଙ୍କା ,

ମୋଡ଼ ଭାଙ୍ଗି ଚାଲିଯାଆନ୍ତି ଦୂରକୁ ବହୁ ଦୂରକୁ !!


ଲୁଚକାଳି ଖେଳେ ତୁମ ସହ 

ବାଦଲର ଅସୁମାରି ମେଞ୍ଚା ମେଞ୍ଚା ଆସ୍ତରଣ

ଶୁଭ୍ର କେବେ ମେଘ ଭର୍ତ୍ତି ଅଭିମାନ 

ପାହାଡ ତୁମେ କିି ଏତେ ସହଜ ଲବ୍ଧସମ୍ପତ୍ତି ମାେ ପାଇଁ !!


ବିଶାଳ ସୃଷ୍ଟି ତୁମ

କରୁଥାଏ ଆଚମ୍ବିତ

ନିକଟ କୁ ଯାଇ ଦେଖେ ମନେ ପାଏ ଭୀତ

ମହନୀୟ ହିମାଳୟ ସ୍ବର୍ଗ ସମ ମନେ ହୁଏ

ପଞ୍ଚଭୂତ ପ୍ରାଣ ତୁମ ଦାମ୍ଭିକତା ଶିକ୍ଷା ଦିଏ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract