STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପାଗଳୀ ମାଁ'ଟି ମୋର

ପାଗଳୀ ମାଁ'ଟି ମୋର

1 min
277


ପ୍ରଭୁଙ୍କ ଭିଆଣ ଦେଖ ଭକ୍ତଗଣେ

ନିଜ ଶିଶୁ ପ୍ରତି ପ୍ରେମ

ପାଗଳୀ ହେଲେ ଭି ପ୍ରେମର ଜ୍ବାଆରେ

ଅପୂର୍ବ ଶ୍ରଦ୍ଧାର ପ୍ରେମ।୧।

ଘୄଣା କରୁଥାନ୍ତି ସାଇ ପଡୋଶୀ

କାହାକୁ କିଛି ନ କହି

ମୁଚୁକି ମୁଚୁକି ହସି ଦେଉ ଥାଏ

ପ୍ରଭୁଙ୍କ ଭିଆଣ ଏହି।୨।

ନାନା ପ୍ରକାରଟି ଗୀତ ଗାଉଥାଏ

ପୁତ୍ରର ପ୍ରେମରେ ପଡି

ପ୍ରଭୁଙ୍କ ଭିଆଣ ଅପୁର୍ବ ଅଟୋଇ

ଦିଅନ୍ତି ପ୍ରେମକୁ ଯୋଡି।୩।

ପୁତ୍ରକୁ ଧରିଣ ଘରେ ଘରେ ଯାଇ

ଭିକ୍ଷା ମାଗୁଥାଏ ସେହି

ଆଦର କରନ୍ତି କିଛି ଲକେ ତାକୁ

ଦୂର କରୁଥାନ୍ତି କେହି।୪।

ପ୍ରଭୁଙ୍କ ରଚନା ପାଗଳୀ ଭି ମଧ୍ୟ

ପ୍ରେମର ସନ୍ଦେଶ ଦିଏ

ପୁତ୍ର ପ୍ରେମେ ପଡି ପାଗଳୀଟି ମୋର

ଜଗତକୁ ଶିକ୍ଷା ଦିଏ।୫।

ପ୍ରଭୁଙ୍କ ଭିଆଣ ଦେଖ ଭକ୍ତଗଣେ

ନିଜ ଶିଶୁ ପ୍ରତି ପ୍ରେମ

ପାଗଳି ହେଲେ ଭି ପ୍ରେମର ଜ୍ବାଆରେ

ଅପୁର୍ବ ଶ୍ରଦ୍ଧାର ପ୍ରେମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational