ପାଗଳ
ପାଗଳ
ଏ ଦୁନିଆ ହେଲେ ଫରେବି,
ଏଠି ସମସ୍ତେ ଅଟନ୍ତି ପାଗଳ,
କିଏ ଶକ୍ତିର, କିଏ ଭକ୍ତିର,
ପୁଣି କାହାର ଖରାପ ବେଳ ।
ପାଗଳ ଅଟେ ବିଭିନ୍ନ ପ୍ରକାର,
ଯେମିତି ରାଧା ଥିଲେ କାହ୍ନlର,
ଆଉ କହ୍ନେଇ ଯଶୋଦା ମା'ର,
ଗୋପୀ ପୁଣି ସଖା ସୁଦାମାର ।
ଫୁଲପାଇଁ ପାଗଳ ଭଅଁର,
ମଧୁଲୀ ମହୁ ସଂଗ୍ରହର,
ଯେହ୍ନେ କୃଷକ ଅଟେ କ୍ଷେତର,
ଆଉ କ୍ଷେତ ସାରା ଜଗତର ।
ପୁଅଟେ ପାଇଁ ମାଆ ପାଗଳ,
ପୁଅଟି ଝିଅ ପଛେ ପାଗଳ,
ଏଠି ପାଗଳ ସବୁ ମଣିଷ,
ଟଙ୍କା ପଛରେ ପାଗଳ ଯଶ ।
ପରିଶ୍ରମୀ ଯେ କର୍ମ ପାଗଳ,
ପ୍ରକୃତ କର୍ମୀ ଧର୍ମ ପାଗଳ,
ଭୋକିଲା ସଦା ଖାଦ୍ୟ ପାଗଳ,
ତୃଷାର୍ତ୍ତ ଯେଣେ ଖୋଜଇ ଜଳ ।
ପାଠୁଆ ସଦା ଜ୍ଞାନ ପାଗଳ,
ଗରିବ ସଦା ଧନ ପାଗଳ,
ଖେଳାଳି ପାଇଁ ପାଗଳ ଖେଳ,
ସମସ୍ତେ ଆଜି ଫୋନ ପାଗଳ ।
