STORYMIRROR

Bauribandhu Lenka

Tragedy

4  

Bauribandhu Lenka

Tragedy

ପାଏନି ମୁଁ ବାଟ

ପାଏନି ମୁଁ ବାଟ

1 min
232


ସୀମନ୍ତରେ ଭରିଦେଲ

ସିନ୍ଦୂରର ଗାର ।

ତୁମ ମିଛ ପ୍ରଲୋଭନ

ଜାଣି ମଧ୍ୟ ଥିଲି ମୁଁ ନାଚାର ॥


ବୃଦ୍ଧ ପିତାମାତା ଭାର

ପାରି ନଥିଲି ଏଡେଇ ।

ଦାରିଦ୍ର୍ୟ ମୋ ସବୁ କିଛି 

ନେଲା ଯେ ଛଡେଇ ॥


ନିଖୁଣ ଯୌବନ ମୋର 

ହୋଇଲା କ୍ଷତାକ୍ତ ।

ତୁମ ରକ୍ତ ମୋ ଗର୍ଭରେ

ହେଲା ସଂଚାରିତ ॥


ପରିତ୍ୟକ୍ତ ଆଜି ମୁହିଁ

ପାଏନି ମୁଁ ରାହା ।

ନାହାଁନ୍ତି ମୋ ପାଶେ କେହି

ଦେବା ପାଇଁ ସାହା ॥


ମରିପାରୁ ନାହିଁ ମୁହିଁ

ବଞ୍ଚିବା ବି କଷ୍ଟ ।

ଜୀବନର ଦୋଛକିରେ

ପାଏନି ମୁଁ ବାଟ ॥



Rate this content
Log in

Similar oriya poem from Tragedy