STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ପାଦଧୂଳି

ପାଦଧୂଳି

1 min
154


ଶାଶୁ ଶଶୁରଙ୍କ ପାଦ ଧୂଳି 

 ଅଟଇ ଚନ୍ଦନ ସମ  

ମିଳିଥାଏ କଲେ କୋଟି ପୂଣ୍ୟ

ଯାହା ପାଖେ ରହନ୍ତି

ଶାଶୁ ଶଶୁର ସେହି ଏକା

କରେ ସଞ୍ଜ ସକାଳେ

ଚଳନ୍ତି ପ୍ରତିମା ଦର୍ଶନ

ଦରକାର ପଡେନା 

ଯିବାକୁ ମନ୍ଦିର ସେମାନେ

ଅଟନ୍ତି ସାକ୍ଷାତ ଭଗବାନ

ତାଙ୍କରି ସେବାରେ ନିମଜ୍ଜିତ

ରହିଲେ ସାର୍ଥକ ହୁଏ 

ମଣିଷ ଜନ୍ମ ସେମାନେ

ଅଟନ୍ତି ଧର୍ମ ର ପିତାମାତା

ବୋହୁଙ୍କୁ ଦେଖନ୍ତି ଝିଅ

    ସମାନ

ଦିଅନ୍ତି ଭଲ ଉପଦେଶ

 ଚଳିବାର ବେଦମନ୍ର

କିପରି କରିବାକୁ ହୁଏ

ପିଲାଙ୍କ ଯତ୍ନ କିପରି

ଗଢା ଯାଏ ସମ୍ପର୍କର ସେତୁ

ତାହା ମଣି ମୁକ୍ତା ଠାରୁ

ମଧ୍ୟ ଭାରି ମୂଲ୍ୟବାନ

ବତାଇ ଦିଅନ୍ତି କାର୍ଯ୍ୟ

 କରିବାର ସଠିକ୍ 

 ଦିଗଦର୍ଶନ

ନ ହୁଡି ପଥ ସର୍ବେ

ସଦା କରିବା ତାଙ୍କରି

 ସେବା ଯତ୍ନ 

ମିଳିବ ଆଶୀର୍ବାଦ

 ହୋଇବ ମଙ୍ଗଳ

କାଟି ନେବା ସବୁ

  ଜଟିଳ ଦିନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational