STORYMIRROR

Tapan Dixit

Fantasy Inspirational

2  

Tapan Dixit

Fantasy Inspirational

ପାଦ ଅଳତାରେ

ପାଦ ଅଳତାରେ

1 min
2.7K


ପାଦ ଅଳତାରେ ନାଁ ଲେଖିଦେଇ

ଚଲା ବାଟେ ଯାଇଥିବ

ମୁଁ ଖୋଜୁଥିବି ସେଇ ନାଁଟିକୁ

ଶିଉଳି ମହକୁ ଥିବ,

ବାଟ ଚଲା ପଥ ପଡି ରହିଥିବ

ବୁଢା ଅଜଗର ପରି

ଗୁଡେଇ ତୁଡେଇ ଅତୀତର ସ୍ମୃତି

ଆସି ଯାଉଥିବ ଫେରି,

ପାହାନ୍ତି ନିଦଟା ପଲକ ଦେହରେ

ଆସି ଖେଳୁଥିବ ଦୋଳି

ଆଖିରେ ତୁମରି ସପନଟା ଥିବ

ହେଲେ......

ବିରହ ନିଆଁର ଶୀତଳ ଜୁଇରେ

ଦେହ ଯାଉଥିବ ଜଳି ।।

ତପନ ଦୀକ୍ଷିତ

(ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy