STORYMIRROR

LALIT MOHAN DASH

Comedy Classics Fantasy

4  

LALIT MOHAN DASH

Comedy Classics Fantasy

ଓଠ

ଓଠ

1 min
285


ଓଠ ନୁହେଁ ସେତ ରକ୍ତ ଗୋଲାପ

ମୁଖ ବଗିଚାର ଶୋଭା

ଖାଲି ବାସ୍ନା ନୁହେଁ ଭରିଛି ସେଥିରେ

ଭଲପାଇବାର ଆଭା l


କେତେବେଳେ ସେହି ଓଠ ଭରିଦିଏ

ଦେହରେ ଅମାପ ତାତି

ବେଦନା ଜଗାଇ ଦିଏ ପୁଣି ସିଏ

ନିଦ୍ରାବିହୀନ ରାତି l


ସେହି ଓଠୁ ଯେବେ ଝରିପଡ଼େ ହସ

ତାରାମେଳେ ଜହ୍ନ ଦିଶେ

ଚନ୍ଦ୍ର ନିଶିରେ ନିଶିଗନ୍ଧା ସାଜି 

ମହ ମହ ହୋଇ ବାସେ l


ଓଠ ସାଥେ ଯଦି ଓଠ ମିଶିଯାଏ 

କରିଦିଏ ଅଗ୍ନିମୟ

ଲାଗେ ସତେ ଅବା କେଉଁ ଛତ୍ରପତି

ସ୍ବର୍ଗକୁ କରିଛି ଜୟ l


ମନ ଆକାଶରେ ଓଠ ଟାଣିଦିଏ 

ସାତ ରଙ୍ଗେ ଇନ୍ଦ୍ରଧନୁ

ଲିଭି ସେ ଯାଏନା ମୃତ୍ୟୁ ପର୍ଯ୍ୟନ୍ତ

କେବେ ବି କାହାର ମନୁ l


ଏହି ଓଠପରେ ଓଠ ଥାପିବାକୁ

କରିଛି କେ କେତେ ଯତ୍ନ 

ହରାଇ ଦେଇଛି ଶକ୍ତିକୁ ତାର

ହୋଇଛି ବୀର୍ଯ୍ୟହୀନ l


ଓଠର ସ୍ପର୍ଶକୁ ଅନୁଭବ ପାଇଁ

କିଏ ହରାଇଛି ଜ୍ଞାନ

ସନ୍ୟାସୀରୁ ପୁଣି ସଂସାରୀ ହୋଇଛି

ପାଦେ ଦଳିଦେଇ ମାନ l


କେହି ବୁଝିନାହିଁ ଓଠ ଛଳନାକୁ

ଉଲଗ୍ନ ଯୌବନା ସିଏ

ମହିଷାସୁରରୁ ବିଶ୍ଵାମିତ୍ର ଯାଏ

କୁହ ବୁଝିଛିକି କିଏ??

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy