STORYMIRROR

Kalandi pal

Inspirational

4  

Kalandi pal

Inspirational

ଓଠ ତଳର ହସ

ଓଠ ତଳର ହସ

1 min
267

ଜୟ ହେ ଯବାନ  ଜୟ ହେ କିସାନ

   ଭାରତ ମାତା ସ୍ଲୋଗାନ

ନିଜ ଜୀବନକୁ  ଭ୍ରୁକ୍ଷେପ ନ କରି

   ରଖେ ମାଆର ସମ୍ମାନ ।


ଯବାନ ଜୀବନ  ସୀମାର ରକ୍ଷଣ

    ମୃତ୍ୟୁ କରେ ଅଟ୍ଟହାସ୍ୟ

ସୁରକ୍ଷା ବଳୟେ  ଦେଶବାସୀ ରୁହେ

    ଫୁଟେ ଓଠ ତଳେ ହସ ।


ସମର୍ପେ ଜୀବନ  ଏଦେଶ କିସାନ

    ମାଟି ସାଥେ ମାଟି ହୋଇ

ଲହୁ ଲୁହ କରି  ଏକାଠି ତାହାରି

    ସବୁରି ପେଟ ଭରଇ ।


ଖରା ବର୍ଷା ଶୀତ  ନକରେ ବ୍ୟାହତ

    ଲୁହା ସମ ଦେହ ତାର

ବୀର ଯୋଦ୍ଧା ପରି ଶ୍ରମ ଯୁଦ୍ଧ କରି

    ଯୋଗାଏ ମୁଖେ ଆହାର ।


ଭୋଖିଲା ଆତ୍ମାକୁ  ଯୋଗାଏ ପଡିକୁ

    ଆତ୍ମା କରେ ସର୍ବ ତୋଷ

କୃଷକର ଶ୍ରମ  ମହତ ତା ଦାନ

    ଫୁଟାଏ ଓଠରେ ହସ ।


ପିତାମାତା କଷ୍ଟ  ହୁଏ ତ ସନ୍ତୁଷ୍ଟ

   ସନ୍ତାନର ଭକ୍ତି ବଳେ

ଅସହାୟ କାଳେ  ତାର ସେବା ବଳେ

    ହସ ଫୁଟଇ ମୁହଁରେ ।


ଶିଶୁଟିଏ ଥାଏ  ନିରାଶ୍ରୟ ପ୍ରାୟେ

    ଖୁସି ମାଆର ପଣତ

ପିତାମାତା ସ୍ନେହେ ବାନ୍ଧି ହୋଇ ସିଏ

     ପାଏ ଅପାର ଆନନ୍ଦ ।


ପକୃତି ସୁନ୍ଦର    ଥାଏ ନିରନ୍ତର

    କେତେ ସଜ ଫୁଟା ଫୁଲେ

ଅବସାଦ ମନ  ଲଭି ତାର ପ୍ରେମ

    ଫୁଟେ ଓଠେ ହସ ଧାରେ ।


ପରିଶ୍ରମ ଫଳ  ପାଇଲେ ଶ୍ରମିକ

    ପରିଶ୍ରମେ ହୁଏ ବଶ

ଶ୍ରମ ବଦଳରେ  ତାର ପରିବାରେ

    ଫୁଟେ ସର୍ବ ଓଠେ ହସ ।


ଶାସନେ ଶାସକ  ହେଲେ ସୁଶାସକ

    ଦୁଃଖେ ସୁଖେ ଭାଗିଦାର

କୋଣେ ଅନୁକୋଣେ ନାଗରିକ ମୁହେଁ

    ଫୁଟି ଉଠେ ହସ ଧାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational